ମୋଦିଙ୍କ ମଡେଲ ମିଛ: ରାହୁଲ ଗାନ୍ଧି

କଂଗ୍ରେସ ଅଧ୍ୟକ୍ଷ ହେବା ପରେ ରାହୁଲଙ୍କ ପ୍ରଥମ ବୈଠକ

ନୂଆଦିଲ୍ଲୀ: କଂଗ୍ରେସ ପାର୍ଟିର ଦାୟିତ୍ୱ ନେବାର ପାଖାପାଖି ଗୋଟିଏ ସପ୍ତାହ ପରେ ଶୁକ୍ରବାର ରାହୁଲ ଗାନ୍ଧିଙ୍କ ଅଧ୍ୟକ୍ଷତାରେ କଂଗ୍ରେସ କାର୍ଯ୍ୟ ସମିତିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏହି ବୈଠକରେ ବର୍ତମାନ ରାଜନୈତିକ ସ୍ଥିତି ନେଇ ଆଲୋଚନା ହୋଇଛି। ସିଡବ୍ଲୁସିର ବୈଠକ ପରେ ରାହୁଲ ଭାରତୀୟ ଜନତା ପାର୍ଟି ଉପରେ ଜବରଦସ୍ତ ଆକ୍ରମଣ କରିଛନ୍ତି। ସେ କହିଛନ୍ତି, ମୋଦିଙ୍କ ମଡେଲ ମିଛ। ବିମୁଦ୍ରାକରଣ ମିଛ। ୨ଜି ଉପରେ ସତ୍ୟତା କ’ଣ ତାହା ସମସ୍ତେ ଜାଣିଲେ। ମୋଦିଙ୍କ ଖାତାରେ ୧୫ଲକ୍ଷ ଟଙ୍କା ଅଛି। ସିଡବ୍ଲୁସି ବୈଠକରେ ନବନିର୍ବାଚିତ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଜୋରଦାର ସ୍ୱାଗତ କରାଯାଇଛି।

ସମ୍ବନ୍ଧିତ ଖବର