ଏପ୍ରିଲ ୪ରେ ଓଡିଶା ଆସିବେ ରାହୁଲ ଗାନ୍ଧୀ: ଦକ୍ଷିଣ ଓଡ଼ିଶାରେ ଜନସଭାରେ ଯୋଗ ଦେବେ କଂଗ୍ରେସ ଅଧ୍ୟକ୍ଷ

ନୂଆଦିଲ୍ଲୀ : ଆସନ୍ତା ଏପ୍ରିଲ ୪ ତାରିଖରେ ଓଡ଼ିଶା ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଏ ନେଇ ସୂଚନା ଦେଇଛନ୍ତି ପସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଦକ୍ଷିଣ ଓଡ଼ିଶାରେ ଏକ ଜନସଭାରେ ଯୋଗଦେବ ରାହୁଲ ଗାନ୍ଧୀ । ଏହି ଗସ୍ତରେ ରାହୁଲ ଦଳୀୟ ସମାବେଶରେ କର୍ମୀ ଓ ନେତାଙ୍କୁ ସମ୍ବୋଧନ କରିବା ସହ ବିଭିନ୍ନ ବର୍ଗର ଲୋକଙ୍କୁ ସାକ୍ଷତ କରିବାର କାର୍ଯ୍ୟକ୍ରମ ରହିଛି । ନିର୍ବାଚନ ପାଖେଇ ଆସୁଥିବା ବେଳେ ଜନତାଙ୍କ ନିକଟତର ହେବାକୁ ଉଦ୍ୟମ ଜାରି ରଖିଛି ଦଳ।

ମତଦାନ ତାରିଖ ପାଖେଇ ଆସୁଥିବା ବେଳେ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ପ୍ରତିଦ୍ୱନ୍ଦିତା ଆରମ୍ଭ ହୋଇଯାଇଛି । ଜୋରଦାର ହୋଇଛି ପ୍ରଚାର ଯୁଦ୍ଧ । ଗୋଟିଏ ପଟେ ଏପ୍ରିଲ ପହିଲାରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଉ ମୋଦିଙ୍କ ଗସ୍ତର ଠିକ ୩ ଦିନ ପରେ ଓଡ଼ିଶା ଆସିବେ କଂଗ୍ରେସ ଅଧ୍ୟକ୍ଷ । କିଏ କେଉଁ ଏଜେଣ୍ଡା ନେଇ ଲୋକଙ୍କ ନିକଟତର ହେବେ ତାହା ଦେଖିବା ପାଇଁ ବାକି ରହିଲା ।

ସମ୍ବନ୍ଧିତ ଖବର