ନୂଆଦିଲ୍ଲୀ: ଗୁଜରାଟ ଏବଂ ହିମାଚଳ ନିର୍ବାଚନକୁ ନେଇ କଂଗ୍ରେସ ଓ ବିଜେପି ମଧ୍ୟରେ ପ୍ରଚାର ଯୁଦ୍ଧ ଜୋରଦାର୍ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଘେରିବା ପାଇଁ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ କୌଣସି ସୁଯୋଗ ହାତଛଡ଼ା କରୁନାହାନ୍ତି। ଏବେ ମୋଦିଙ୍କୁ ଘେରିବା ପାଇଁ ରାହୁଲ ସୋସିଆଲ ମିଡିଆକୁ ଅସ୍ତ୍ର କରିଛନ୍ତି। ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧି ଏବଂ ବେକାରୀ ସମସ୍ୟାକୁ ନେଇ ରାହୁଲ କହିଛନ୍ତି ଯେ ଦେଶରେ ଗ୍ୟାସ ଓ ଅତ୍ୟାବଶ୍ୟକ ସାମଗ୍ରୀ ଅତ୍ୟନ୍ତ ମହଙ୍ଗା ହୋଇଯାଇଛି ଏବଂ ପ୍ରଧାନମନ୍ତ୍ରୀ ମୋଦି ଫମ୍ପା ଭାଷଣ ବନ୍ଦ କରିବା ଉଚିତ। ସରକାର ଲୋକଙ୍କୁ କର୍ମନିଯୁକ୍ତି ଦେଇନପାରିଲେ କ୍ଷମତାରୁ ଓହରିଯିବା ଉଚିତ ବୋଲି ରାହୁଲ ଟ୍ଵିଟ୍ କରିଛନ୍ତି। ରାହୁଲଙ୍କ ଟ୍ଵିଟ୍ର ଜବାବରେ ବିଜେପି କହିଛି ଯେ ରାହୁଲ ଗାନ୍ଧୀ କେବଳ ଭୋଗବିଳାସରେ ବଢ଼ିଛନ୍ତି ଏବଂ ଦାରିଦ୍ର୍ୟ କ’ଣ ଜାଣିନାହାନ୍ତି। ଦେଶରୁ ଦାରିଦ୍ର୍ୟ ହଟାଇବା ପାଇଁ ସରକାରଙ୍କ ନୀତି ସଫଳ ହେଉଥିବାରୁ କେବଳ ରାଜନୈତିକ ସ୍ୱାର୍ଥ ହାସଲ ପାଇଁ ରାହୁଲ ବୟାନବାଜି କରୁଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ କହିଛନ୍ତି।
ମୋଦିଙ୍କୁ ଗାଦି ଛାଡ଼ିବାକୁ ଟ୍ଵିଟ୍ କଲେ ରାହୁଲ
/sambad/media/post_attachments/wp-content/uploads/2017/11/rahul_surat_1509857686_618x347.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)