ସୋସିଆଲ୍‌ ମିଡିଆରେ ଟ୍ରୋଲ୍‌: ପ୍ରିୟାଙ୍କ ରେକର୍ଡ ଭାଙ୍ଗିଲେ ପପୁ!

ନୂଆଦିଲ୍ଳୀ: ମାଲାୟାଲାମ ଅଭିନେତ୍ରୀ ପ୍ରିୟା ପ୍ରକାଶଙ୍କ କଥା ଆପଣଙ୍କର ମନେ ଥିବ ନିଶ୍ଚୟ। ମାତ୍ର ୨୬ ସେକେଣ୍ଡର୍‌ ତାଙ୍କର ଏକ ଆଖିମରା ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ସେ ରାତାରାତି ପାଲଟିଗଲେ ଇଣ୍ଟରନେଟ୍‌ ସେନ୍‌ସେସନ୍‌। ତାଙ୍କ ଆଖି ମରା ଅନ୍ଦାଜରେ ପାଗଳ ହୋଇଥିବା ସାରା ଦେଶ। ହୁ ହୁ ବଢ଼ିଚାଲିଥିବା ଇଣ୍ଟର୍‌ନେଟ୍‌ରେ ପ୍ରିୟାଙ୍କ ଯାଦୁ। କେବେଳ ଡିଜିଟାଲ୍‌ ମିଡିଆରେ ନୁହେଁ ଅନ୍ୟ ସମସ୍ତ ଗଣମାଧ୍ୟମରେ କିଛି ଦିନ ପାଇଁ ପ୍ରିୟା ଏକଦମ ଛାଇ ଯାଇଥିଲେ।

ଏବେ ସୋସିଆଲ୍‌ ମିଡିଆରେ ଲୋକେ ପ୍ରିୟାଙ୍କ ସହ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ତୁଳନା କରିବାରେ ଲାଗିଛନ୍ତି। ପ୍ରିୟାଙ୍କଠାରୁ ରାହୁଲ ବେଶି ଭଲ ଆଖି ମାରୁଛନ୍ତି ବୋଲି ସୋସିଆଲ୍‌ ମିଡିଆରେ ଟ୍ରୋଲ୍‌ ହୋଇଛି। ଏପରିକି ପ୍ରିୟାଙ୍କ ଆଖିମରା ଫଟୋ ସହ ରାହୁଲଙ୍କର ଏକ ଆଖିମରା ଫଟୋକୁ ଯୋଡ଼ା ଯାଇ ସୋସିଆଲ୍‌ ମିଡିଆରେ ଛଡ଼ା ଯାଇଛି। ଏ ଦୁହିଁଙ୍କ ମଧ୍ୟରୁ କିଏ ଭଲ ଆଖି ମାରୁଛନ୍ତି ବୋଲି ପ୍ରଶ୍ନ ଉଠାଇ ସୋସିଆଲ୍‌ ମିଡିଆ ବ୍ୟବହାରକାରୀମାନେ ଏହି ଘଟଣାର ଭରପୂର ମଜା ନେଇଛନ୍ତି।

ଉଲ୍ଳେଖଯୋଗ୍ୟ, ବିରୋଧୀ ଦଳଙ୍କ ପକ୍ଷରୁ ଆଗତ ଅନାସ୍ଥା ପସ୍ତାବ ଉପରେ ଆଲୋଚନା ସମୟରେ ପ୍ରଥମେ ରାହୁଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଖୁବ୍‌ ବରଷିଥିଲେ। ପରେ ତାଙ୍କ ସହ ହାତ ମିଳାଇ ତାଙ୍କୁ ଆଲିଙ୍ଗନ କରିଥିଲେ। ମୋଦିଙ୍କ ପାଖରୁ ଆସି ରାହୁଲ ନିଜ ସ୍ଥାନରେ ବସି କାହାକୁ ଚାହିଁ ଆଖି ମାରୁଥିବା ବେଳର ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଘୂରି ବୁଲୁଛି। ଯାହାକି ଏବେ ଖୁବ୍‌ ଚର୍ଚ୍ଚା ପାଲଟିଛି।

ସମ୍ବନ୍ଧିତ ଖବର