ଉତ୍ତରପ୍ରଦେଶ କଂଗ୍ରେସ ମୁଖ୍ୟ ପଦ ଛାଡ଼ିଲେ ରାଜ ବବର୍‌

ଲକ୍ଷ୍ନୌ: କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀ ସର୍ବସାଧାରଣରେ ସେମାନଙ୍କୁ ଆଡ଼େଇ ଯିବାକୁ କହିବା ପରେ ବର୍ଷୀୟାନ୍‌ ନେତାମାନେ ଆପଣାଛାଏଁ ସେମାନଙ୍କର ପଦ ତ୍ୟାଗ କରୁଛନ୍ତି। ଗୋଆ କଂଗ୍ରେସ ମୁଖ୍ୟ ପଦରୁ ଶାନ୍ତାରାମ ନାଇକ୍‌ ଓହରି ଯିବାର ଦିନକ ପରେ ରାହୁଳଙ୍କ ଉପଦେଶ ମାନିଛନ୍ତି କହି ରାଜ ବବର୍‌ ଉତ୍ତର ପ୍ରଦେଶ କଂଗ୍ରେସ ମୁଖ୍ୟ ପଦରୁ ଇସ୍ତଫା ଦେବାକୁ ମଙ୍ଗଳବାର ଦିନ ଇସ୍ତଫା ଦେଇଥିବା କଥା ଘୋଷଣା କରିଛନ୍ତି।

ଗୁଜୁରାଟ ପିସିସି ମୁଖ୍ୟ ଭରତସିଂହ ସୋଲାଙ୍କି ଏହା ପରେ ପଦ ଛାଡ଼ିପାରନ୍ତି ବୋଲି ଆଶଙ୍କା ଉପୁଜିଛି। ତାଙ୍କ ପରେ ଅନେକ ବର୍ଷୀୟାନ୍‌ ନେତା ବି ଇସ୍ତଫା ଦେଇ ପାରନ୍ତି। ରାହୁଳ ତାଙ୍କ ଭାଷଣରେ ସ୍ପଷ୍ଟ ଭାବେ କହିଥିଲେ କି, ବର୍ଷୀୟାନ୍‌ମାନେ କେନ୍ଦ୍ରସ୍ଥଳୀ ଛାଡ଼ିଦେବା ଉଚିତ।

ଗୁରୁତ୍ୱପୂର୍ଣ୍ଣ ରାଜ୍ୟସଭା ଭୋଟିଙ୍ଗ୍‌ର ତିନି ଦିନ ପୂର୍ବରୁ ବବର ଇସ୍ତଫା ଦେଇଛନ୍ତି। ଏ ସଂକ୍ରାନ୍ତରେ କୌଣସି ଆନୁଷ୍ଠାନିକ ଖବର ନ ଥିଲେ ମଧ୍ୟ ରାଜ ବବରଙ୍କ ଇସ୍ତଫା ପତ୍ର ଏ ଯାବତ୍‌ ଗ୍ରହଣ କରାଯାଇ ନ ଥିବା ପ୍ରକାଶ। ପରବର୍ତ୍ତୀ ମୁଖ୍ୟ ମନୋନୀତ ହେବା ଯାଏଁ ପଦବୀ ସମ୍ଭାଳିବା ପାଇଁ ତାଙ୍କୁ ଅନୁରୋଧ କରାଯାଇଛି।

ସମ୍ବନ୍ଧିତ ଖବର