ଆପ୍‌ର ରାଜ୍ୟସଭା ପ୍ରାର୍ଥୀ ହୋଇପାରନ୍ତି ରାଜନ

ନୂଆଦିଲ୍ଲୀ: ଆସନ୍ତାବର୍ଷ ଦିଲ୍ଲୀରୁ ୩ ଜଣ ରାଜ୍ୟସଭା ସାଂସଦ ନିର୍ବାଚିତ ହେବାକୁ ଥିବା ବେଳେ ସମସ୍ତ ଆସନରେ ଆମ୍‌ ଆଦ୍‌ମୀ ପାର୍ଟି ହିଁ ନିଜ ପ୍ରାର୍ଥୀଙ୍କୁ ପଠାଇବାକୁ ସକ୍ଷମ। ଏଭଳି ସ୍ଥିତିରେ ଦଳ ଭିନ୍ନ ଭିନ୍ନ କ୍ଷେତ୍ରରେ ଥିବା ବିଶିଷ୍ଟ ବ୍ୟକ୍ତିମାନଙ୍କ ନାମ ଉପରେ ଚର୍ଚ୍ଚା କରୁଛି। ରିଜର୍ଭ ବ୍ୟାଙ୍କର ପୂର୍ବ ଗଭର୍ଣ୍ଣର ରଘୁରାମ ରାଜନଙ୍କୁ ଦଳ ରାଜ୍ୟସଭା ପଠାଇବାକୁ ଯୋଜନା କରୁଛି ଏବଂ ଏ ସଂକ୍ରାନ୍ତ ପ୍ରସ୍ତାବ ରାଜନଙ୍କୁ ଦଳ ଦେଇଛି। ଦଳ ଭିତରେ ରାଜ୍ୟସଭାକୁ ଯିବା ପାଇଁ ନେତାମାନଙ୍କ ମଧ୍ୟରେ ପ୍ରବଳ ଛକାପଂଝା ଆରମ୍ଭ ହୋଇଯାଇଥିବାରୁ ବାହାର ବ୍ୟକ୍ତିଙ୍କୁ ହିଁ ପ୍ରାର୍ଥୀ କରିବାକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଚାହୁଛନ୍ତି। ଦଳର ବରିଷ୍ଠ ନେତା କୁମାର ବିଶ୍ୱାସ ନିଜ ପାଇଁ ରାଜ୍ୟସଭା ଆସନ ଦାବି କରୁଥିବା ବେଳେ ଅନ୍ୟ କେତେକ ନେତା ମଧ୍ୟ ସେମାନଙ୍କ ଇଛା ଜାହିର କରିସାରିଛନ୍ତି।

ସମ୍ବନ୍ଧିତ ଖବର