୨୦୧୯ ନିର୍ବାଚନରେ ରଜନୀକାନ୍ତ ଏନ୍‌ଡିଏରେ ମିଶିବେ

ଶ୍ରୀନଗର : ତାମିଲ ସୁପରଷ୍ଟାର ରଜନୀକାନ୍ତ ରାଜନୈତିକ ଦଳ ଗଢ଼ି ନିର୍ବାଚନ ଲଢ଼ିବେ ବୋଲି ଗତକାଲି ସ୍ପଷ୍ଟ କରିଛନ୍ତି। ସେ ରାଜନୀତିରେ ସାମିଲ ହେବା ଦ୍ୱାରା ତାମିଲନାଡ଼ୁର କ୍ଷୁଦ୍ର ଦଳମାନଙ୍କ ସହ ବିରୋଧୀ ଡିଏମ୍‌କେ ପ୍ରଭାବିତ ହେବ ବୋଲି ଚର୍ଚ୍ଚା ହେଉଛି। ତେବେ ତାଙ୍କ ଦଳ ୨୦୧୯ ନିର୍ବାଚନରେ ଏନ୍‌ଡିଏର ଅଂଶବିଶେଷ ହେବ ବୋଲି ଆଜି ତାମିଲନାଡ଼ୁ ବିଜେପି ମୁଖ୍ୟ ତମିଲିସାଇ ସୌନ୍ଦରରାଜନ୍‌ କହିଛନ୍ତି।
ସେହିପରି ରଜନୀକାନ୍ତ ଆଜିି ଏକ େଓ୍ଵବସାଇଟ୍‌ ଏବଂ ମୋବାଇଲ ଆପ୍ଲିକେସନ ଲଞ୍ଚ୍‌ କରି ନାଗରିକମାନଙ୍କୁ ସ୍ୱଚ୍ଛ ରାଜନୀତି ପାଇଁ ଉତ୍ସାହିତ କରିଛନ୍ତି ଏବଂ ଲୋକମାନଙ୍କୁ ତାଙ୍କ ସହ ଦୁର୍ନୀତି ନିରୋଧ ଲଢ଼େଇରେ ସାମିଲ ହେବାପାଇଁ ‘ଅଲ୍‌ ଇଣ୍ଡିଆ ରଜନୀକାନ୍ତ ଫ୍ୟାନ୍ସ ଆସୋସିଏସନ୍‌’ରେ ସେମାନଙ୍କ ନାମ ପଞ୍ଜୀକୃତ କରିବାକୁ କହିଛନ୍ତି। ଗଣତନ୍ତ୍ର ନାମରେ ରାଜନେତାମାନେ ଜନସାଧାରଣଙ୍କୁ ସେମାନଙ୍କ ନିଜ ମାଟିରେ ହିଁ ଲୁଟି ଚାଲିଛନ୍ତି। ତେଣୁ ଏଭଳି ସ୍ଥିତିରେ ସେ ରାଜନୀତିରେ ପ୍ରବେଶ ନକଲେ ତାହା ଲଜ୍ଜାର ବିଷୟ ହେବ ବୋଲି ରଜନୀକାନ୍ତ କହିଛନ୍ତି।

ସମ୍ବନ୍ଧିତ ଖବର