ଜୟପୁର: କଂଗ୍ରେସ କରୁଥିବା ଘୋଡ଼ାବେପାର ଅଭିଯୋଗକୁ ଖଣ୍ଡନ କରି ଶୁକ୍ରବାର ଦିନ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ୍ କହିଛନ୍ତି ଯେ, ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଥିବା କ୍ଲିପ୍ରେ ଶୁଭୁଥିବା ସ୍ବର ମୋର ନୁହେଁ। ସେ ଆହୁରି କହିଛନ୍ତି ଯେ, ଏ ଘଟଣାର ଯେକୌଣସି ତଦନ୍ତର ସମ୍ମୁଖୀନ ହେବାକୁ ସେ ପ୍ରସ୍ତୁତ। ଡକା ହେଲେ ତଦନ୍ତ ଏଜେନ୍ସିଙ୍କ ଆଗରେ ମଧ୍ୟ ହାଜର ହେବି।
ରାଜସ୍ଥାନ ସରକାରକୁ କେମିତ ଧରାଶାୟୀ କରିବା ସେ ବିଷୟରେ ବିଦ୍ରୋହୀ ରାଜସ୍ଥାନ କଂଗ୍ରେସ ବିଧାୟକ ଏବଂ କେନ୍ଦ୍ରମନ୍ତ୍ରୀ ଶେଖାୱତ୍ଙ୍କ ମଧ୍ୟରେ ବାର୍ତ୍ତାଳପ ବୋଲି କୁହାଯାଉଥିବା ଏକ କ୍ଲିପ୍ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବାର ଦିନକ ପରେ ଶେଖାୱତ୍ ଏ ଭଳି ବିବୃତି ଦେଇଛନ୍ତି।
/sambad/media/post_attachments/wp-content/uploads/2020/07/gehlot-1-300x169.jpg)
କଂଗ୍ରେସ କହିବା ଅନୁସାରେ, ଏହି ଅଡିଓ ଟେପ୍ରେ ତିନି ଜଣ ବ୍ୟକ୍ତି ବାର୍ତ୍ତାଳାପ କରିଛନ୍ତି। ସେମାନେ ହେଉଛନ୍ତି ବିଧାୟକ ଭଓଁର୍ ଲାଲ୍ ଶର୍ମା, କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ୍ ଏବଂ ଜୟପୁର ବିଧାୟକ ସଞ୍ଜୟ ଜୈନ।
ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ, ଆଜି ସକାଳେ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ମୁଖପାତ୍ର ରଣଦୀପ ସିଂହ ସୂରଜୱାଲା ଘୋଷଣା କରିଥିଲେ ଯେ, ରାଜସ୍ଥାନର ଅଶୋକ ଗେହଲଟ୍ ସରକାରଙ୍କ ବିରୋଧରେ ବିଜେପି ସହ ମିଶି ଷଡ଼ଯନ୍ତ୍ର କରିଥିବା ଜଣାପଡ଼ିବା ପରେ ଭଓଁର୍ ଲାଲ୍ ଶର୍ମା ଏବଂ ବିଶ୍ବେନ୍ଦ୍ର ସିଂହଙ୍କୁ ଦଳର ପ୍ରାଥମିକ ସଭ୍ୟ ପଦରୁ ବହିଷ୍କାର କରାଯାଇଛି। ଦୁଇ ବିଧାୟକଙ୍କ ପ୍ରତି ଦଳ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି।