ଚେନ୍ନାଇ: ଦୀର୍ଘଦିନର କଳ୍ପନାଜଳ୍ପନାର ଅନ୍ତ ଘଟାଇ ତାମିଲ ସୁପରଷ୍ଟାର ରଜନୀକାନ୍ତ ରବିବାର ରାଜନୈତିକ ଦଳ ଗଢି ର୍ନିବାଚନ ଲଢିବେ ବୋଲି ଘୋଷଣା କରିବାର ୨୪ଘଣ୍ଟା ମଧ୍ୟରେ ଓ୍ଵବସାଇଟ ଓ ପାର୍ଟିର ଲୋଗୋକୁ ଧମକାଦାର ଭାବେ ଲଞ୍ଚ କରିଛନ୍ତି। ନୂତନ ବର୍ଷର ପ୍ରଥମଦିନ ରାଜନୀକାନ୍ତ ଟୁଇଟରରେ ନିଜର ସମର୍ଥକଙ୍କ ପାଇଁ ଏକ ଭିଡିଓ ଅପ୍ଲୋଡ କରିଛନ୍ତି। ଏଥିରେ ସେ ତାମିଲନାଡୁର ଲୋକମାନଙ୍କୁ ନିଜର ଓ୍ଵବସାଇଟ rajinimandram.org ଓ ମୋବାଇଲ ଆପ୍ rajini mandram ସହିତ ଯୋଡ଼ି ହେବାକୁ କହିଛନ୍ତି।
/sambad/media/post_attachments/wp-content/uploads/2018/01/rajinikanth-fans-meeting.jpg.image_.784.410-300x157.jpg)
ଗୋଟିଏ ମିନିଟ୍ ୧୪ସେକେଣ୍ଡର ଭିଡିଓରେ ରାଜନୀ ଲୋକମାନଙ୍କୁ ତାମିଲନାଡୁ ରାଜନୀତିରୁ ଅଳିଆ ସଫା କରିବା ପାଇଁ ଆପିଲ କରିଛନ୍ତି। ସେ କହିଛନ୍ତି ରାଜ୍ୟର ଲୋକମାନେ ଏବେ ସଫା-ସୁତୁରା ରାଜନୀତି ଚାହାନ୍ତି।
ରଜନୀକାନ୍ତଙ୍କ ଏହି ଘୋଷଣା ପରେ ତାମିଲନାଡ଼ୁରେ ଆଉ ଏକ ଆଞ୍ଚଳିକ ଦଳର ଆରମ୍ଭ ହୋଇଛି। ଆଗାମୀ ବିଧାନସଭା ର୍ନିବାଚନରେ ତାଙ୍କ ଦଳ ରାଜ୍ୟର ସବୁ ବିଧାନସଭା ଆସନ ପାଇଁ ଲଢ଼ିବ ବୋଲି ରଜନୀ କହିଛନ୍ତି। ଜନତାଙ୍କୁ ପ୍ରତିଶ୍ରୁତି ଦେଇ ସେ କହିଛନ୍ତି ଯେ, ଯଦି ତାଙ୍କ ଦଳ ସରକାର ଗଢ଼ିବାକୁ ସକ୍ଷମ ହୁଏ ତେବେ ତିନି ବର୍ଷ ମଧ୍ୟରେ ସେ ଦେଇଥିବା ସମସ୍ତ ପ୍ରତିଶ୍ରୁତି ପୂରଣ କରିବେ। ଯଦି ଏହା ନ ହୋଇପାରିବ ତା’ହେଲେ ତେବେ ସେ ଇସ୍ତଫା ଦେବେ ବୋଲି କହିଛନ୍ତି।
/sambad/media/post_attachments/wp-content/uploads/2018/01/rajnikanth_news1_1514811270_618x347-300x168.jpeg)
ରାଜ୍ୟର ଶାସନ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରି ଏକ ସ୍ୱଚ୍ଛ ଦୁର୍ନୀତିମୁକ୍ତ ସରକାର ଗଠନ କରିବେ ବୋଲି ରଜନୀ ଦୃଢୋକ୍ତି ବାଢିଛନ୍ତି। ରଜନୀକାନ୍ତଙ୍କ ସଭାରେ ଉପସ୍ଥିତ ଜନତାଙ୍କ ଉତ୍ସାହ ଓ ସମର୍ଥନକୁ ଦେଖି ଆଗାମୀ ର୍ନିବାଚନରେ ରାଜ୍ୟ ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ହେବ ବୋଲି ରାଜନୈତିକ ବିଶେଷଜ୍ଞ ମତବ୍ୟକ୍ତ କରିଛନ୍ତି।
ରଜନୀକାନ୍ତଙ୍କ ଏହି ଘୋଷଣା ସହିତ ବିରୋଧୀମାନେ ମଧ୍ୟ ତାଙ୍କୁ କଡ଼ା ସମାଲୋଚନା କରିବା ଆରମ୍ଭ କରିଦେଇଛନ୍ତି। ତାଙ୍କ ପରି ଜଣେ ଅଶିକ୍ଷିତ ଓ ସମ୍ବେଦନହୀନ ବ୍ୟକ୍ତି ରାଜନୀତି କରିପାରିବେ ନାହିଁ ବୋଲି ବିଜେପିର ବରିଷ୍ଠ ନେତା ସୁବ୍ରମଣ୍ୟମ ସ୍ୱାମୀ କହିଛନ୍ତି। ଏଆଇଏଡିଏମେ୍କରୁ ବହିଷ୍କୃତ ନେତା ଟିଟିଭି ଦିନାକରଣ ରଜନୀକାନ୍ତଙ୍କୁ ତାତ୍ସଲ୍ୟ କରି କହିଛନ୍ତି ସମସ୍ତେ କେବେ ହେଲେ ଏମ୍ଜିଆର୍ କିମ୍ବା ଆମ୍ମା ହୋଇପାରିବେ ନାହିଁ। ରଜନୀକାନ୍ତଙ୍କ ପ୍ରଭାବ ତାମିଲନାଡୁ ରାଜନୀତିରେ ଆଦୌ ପଡ଼ିବ ନାହିଁ ବୋଲି ସେ ଯୁକ୍ତି ବାଢିଛନ୍ତି।
???? pic.twitter.com/jnqZv1iWGz
— Rajinikanth (@superstarrajini) January 1, 2018
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/1514814460-rajini_website.jpg)