ଜନ୍ମ ଦିବସରେ ନିଜର ରାଜନୈତିକ ଦଳର ନାମ ଘୋଷଣା କରିବେ ରଜନୀକାନ୍ତ

ଚେନ୍ନାଇ: କମଲ ହାସନ୍‌ଙ୍କ ପରେ ପ୍ରଖ୍ୟାତ ଦକ୍ଷିଣ ଭାରତୀୟ ସୁପରଷ୍ଟାର୍‌ ରଜନୀ କାନ୍ତ ବି ରାଜନୀତିରେ ଲମ୍ପ ପ୍ରଦାନ କରିବାକୁ ପ୍ରସ୍ତୁତ ହେଉଥିବା ଜଣାଯାଇଛି । ଯାହା ସୂଚନା ମିଳୁଛି, ସେଥିରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ ରଜନୀକାନ୍ତ ଆଗାମୀ ଡିସେମ୍ବର ୧୨ ତାରିଖରେ ତାଙ୍କ ଜନ୍ମ ଦିବସରେ ନିଜର ରାଜନୈତିକ ଦଳର ନାମ ଘୋଷଣା କରିବେ ।

ରଜନୀକାନ୍ତ ନିଜର ଏକ ଭିନ୍ନ ଦଳ ଗଠନ କରିବେ ବୋଲି ସ୍ପଷ୍ଟ ହୋଇଯାଇଛି । ସେ ବିଜେପି ବା ଅନ୍ୟ କୌଣସି ରାଜନୌତିକ ଦଳରେ ଯୋଗ ଦେବେ ନାହିଁ ବୋଲି ମଧ୍ୟ ଜଣାଯାଇଛି । ଯଦି ଭାରତୀୟ ଜନତା ପାର୍ଟି ରଜନୀ କାନ୍ତଙ୍କୁ ନିଜର ସହଯୋଗୀଭାବେ ନେବାରେ ସକ୍ଷମ ହୁଏ, ତେବେ ରଜନୀକାନ୍ତ ଆସନ୍ତା ବିଧାନସଭା ନିର୍ବାଚନରେ ଫୁଲଦମ୍‌ରେ କାମ କରିବେ ବୋଲି ମଧ୍ୟ କୁହାଯାଉଛି । ରଜନୀକାନ୍ତ ଚାହୁଁଛନ୍ତି ଯେ ଆଗାମୀ ବିଧାନସଭା ନିର୍ବାଚନ ଷ୍ଟାଲିନ୍‌-ବନାମ୍‌ ରଜନୀ ଲଢେଇ ହେଉ ।
ରଜନୀକାନ୍ତ ମୁଖ୍ୟମନ୍ତ୍ରୀ ହେବା ପାଇଁ ଆଶାୟୀ, କିନ୍ତୁ କେବଳ ନିଜ ବଳରେ ତା’ହା ହେବା ସମ୍ଭବପର ନୁହେଁ ବୋଲି କୁହାଯାଉଛି । ଏଣୁ ଏଆଇ ଡି ଏମ୍‌ କେ ସହିତ ମେଣ୍ଟ କରିପାରନ୍ତି ରଜନୀକାନ୍ତ । ହେଲେ ମୁଖ୍ୟମନ୍ତ୍ରୀ ପଦ ପାଇଁ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଇ କେ.ପାଲାନିସ୍ୱାମୀ ଓ ଉପ ମୁଖ୍ୟମନ୍ତ୍ରୀ ଓ ପନ୍ନିରସେଲଭମଙ୍କୁ ମହତ୍ତ୍ୱାକାଙକ୍ଷା ତ୍ୟାଗ କରିବାକୁ ପଡ଼ିବ ବୋଲି କୁହାଯାଉଛି ।

ତେବେ ସେ ଯା’ହେଉନା କାହିଁକି ରଜନୀକାନ୍ତ କେବେ ବି ବାମପନ୍ଥୀ ହୋଇ ପାରିବେ ନାହିଁ ବା ଡି.ଏମ୍‌କେ ସହିତ ମେଣ୍ଟ କରିବେ ନାହିଁ । ରଜନୀକାନ୍ତ ନିଜକୁ ଜଣେ ଦଳିତଙ୍କ ନେତା ଭାବେ ଉପସ୍ଥାପିତ କରିବାରେ ସଫଳ ହୋଇଛନ୍ତି । ସଂଖ୍ୟାଲଘୁମାନେ ତାଙ୍କଠାରେ ଭାଜପାର ଶକ୍ତି ଥିବାର ଲକ୍ଷ୍ୟ କରୁଥିବା କହିଛନ୍ତି ରାଜନୈତିକ ସମୀକ୍ଷକ ଏମ୍‌.କାଶୀନାଥନ୍‌। ଏ ଦୃଷ୍ଟିରୁ ଅନ୍ୟ ଦଳ ସହ ମେଣ୍ଟ କରିବେ ରଜନୀକାନ୍ତ। ଏଠାରେ ସୂଚନାଯୋଗ୍ୟଯେ କେବଳ ୧୯୯୬ ମସିହା ସାଧାରଣ ନିର୍ବାଚନରେ ରଜନୀକାନ୍ତଙ୍କ ପ୍ରଭାବ ପରିଲକ୍ଷିତ ହୋଇଥିଲା ।

 

ସମ୍ବନ୍ଧିତ ଖବର