ରାଜ୍ୟସଭା ନିର୍ବାଚନ: ୧୨ଟି ଆସନରେ ବିଜେପିର ବିଜୟ

ନୂଆଦିଲ୍ଲୀ: ଦେଶରେ ଶୁକ୍ରବାର ହୋଇଥିବା ରାଜ୍ୟସଭା ନିର୍ବାଚନରେ ବିଜେପି ୧୨ଟି ଆସନରେ ବିଜୟ ଳାଭ କରିଛି । ୧୬ଟି ରାଜ୍ୟରେ ୫୮ଟି ଆସନ ପାଇଁ ନିର୍ବାଚନ ହୋଇଥିଲା । ୧୦ଟି ରାଜ୍ୟର ୩୩ଟି ଆସନରେ ବିନା ପ୍ରତିଦ୍ୱନ୍ଦିତାରେ ନିର୍ବାଚନ ହୋଇଥିଲା ଓ ବାକି ୬ଟି ରାଜ୍ୟ ଉତ୍ତରପ୍ରଦେଶ, ଛତିଶଗଡ, ଝାଡଖଣ୍ଡ, କର୍ଣ୍ଣାଟକ, ପଶ୍ଚିମବଙ୍ଗ, ତେଲେଙ୍ଗାନାରେ ୨୫ ଟି ଆସନ ପାଇିଁ ନିର୍ବାଚନ ହୋଇଥିଲା । ଉତ୍ତରପ୍ରଦେଶରେ ଏସପି-ବିଏସପି, ବିଜେପି ଓ କଂଗ୍ରସେ ମଧ୍ୟରେ ନିର୍ବାଚନ ହୋଇଥିବା ବେଲେ, ଅନ୍ୟ ରାଜ୍ୟରେ ବିଜେପି, କଂଗ୍ରେସ ଓ ସ୍ୱାଧାୀନ ପ୍ରାର୍ଥୀଙ୍କ ମଧ୍ୟରେ କଡା ଟକର ଦେଖିବାକୁ ମିଳିଥିଲା । ସବୁ ରାଜ୍ୟରେ ନିର୍ବାଚନ ଶେଷ ହୋଇଯାଇଛି । ୨୫ଟି ଆସନରୁ ୧୨ଟିରେ ବିଜେପି ବିଜୟୀ ହୋଇଛି ।

ଛତିଶଗଡରେ କଂଗ୍ରେସ ପ୍ରାର୍ଥୀ ରାଥମ ସାହୁଙ୍କୁ ବିଜେପି ପ୍ରାର୍ଥୀ ସରୋଜ ପାଣ୍ଡେ ହରାଇଛନ୍ତି । କର୍ଣ୍ଣାଟକରେ ୪ଟି ରାଜ୍ୟ ସଭା ଆସନରୁ ୩ଟି ରେ କଂଗ୍ରେସ ବିଜୟ ହୋଇଥିବା ବେଲେ ବିଜେପି ଗୋଟିଏ ଆସନରେ ବିଜୟ ହୋଇଛି ।

ସମ୍ବନ୍ଧିତ ଖବର