ପଶ୍ଚିମବଙ୍ଗ: ରାମନବମୀ ବାହାନାରେ ବିଜେପି ଓ ତୃଣ ମୂଳ କଂଗ୍ରେସର ଶକ୍ତି ପ୍ରଦର୍ଶନ

ସିଲିଗୁଡ଼ି: ପଶ୍ଚିମବଙ୍ଗରେ ରାମନବମୀ ଅବସରରେ ରବିବାର କ୍ଷମତାସୀନ ତୃଣ ମୂଳ କଂଗ୍ରେସ ଓ ଭାରତୀୟ ଜନତା ପାର୍ଟି ମଧ୍ୟରେ ଯୋରଦାର ଶକ୍ତି ପ୍ରଦର୍ଶନ ହୋଇଛି। ମମତା ସରକାରଙ୍କ ସ୍ପଷ୍ଟ ଚେତାବନୀ ପରେ ବି ହିନ୍ଦୁ ସଂଗଠନ ତରଫରୁ ଶୋଭାଯାତ୍ରାର ଆୟୋଜନ କରାଯାଇଛି।

ପଶ୍ଚିମବଙ୍ଗର ସିଲିଗୁଡ଼ି ଜିଲ୍ଲାରେ ରାମନବମୀ ମହୋତ୍ସବ ସମିତିର କର୍ମୀମାନେ ରାମନବମୀ ଏକ ବିଶାଳ ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି। ଏଥିରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ସାମିଲ ହୋଇ ଜୟ ଶ୍ରୀରାମ ଶ୍ଲୋଗାନ ଲଗାଇଛନ୍ତି। ଏହି ସମୟରେ ଅଧିକାଂଶ ଲୋକଙ୍କ ନିକଟରେ ଅସ୍ତ୍ରଶସ୍ତ୍ର ଥିଲା। ହାତରେ ପତାକା ଓ ମୁଣ୍ଡରେ କେଶରୀ ରଂଗର ରୁମାଲ ବାନ୍ଧି ଶ୍ରଦ୍ଧାଳୁମାନେ ଶୋଭାଯାତ୍ରାରେ ଯୋଗ ଦେଇଥିଲେ।

ରାମନବମୀ ଅସରରେ ତୃଣ ମୂଳ କଂଗ୍ରେସ ଓ ବିଜେପି ରାଜ୍ୟର ବିଭିନ୍ନ ଅଞ୍ଚଳରେ ଶୋଭାଯାତ୍ରାର ଆୟୋଜନ କରିଛି। ଭାରତୀୟ ଜନତା ପାର୍ଟି ଏହି ର‍୍ୟାଲିକୁ ପଶ୍ଚିମବଙ୍ଗର ହିନ୍ଦୁମାନଙ୍କୁ ଏକତ୍ର କରିବା ପାଇଁ ଏଭଳି ଉଦ୍ୟମ କରିଛି ବୋଲି କୁହାଯାଉଛି। ବିଜେପି ଓ ସଂଘ ସହିତ ଜଡ଼ିତ ସଂଗଠନ ଦ୍ୱାରା ଆୟୋଜନ କରାଯାଇଥିବା ର‍୍ୟାଲିକୁ କଡ଼ା ଜବାବ ଦେବା ପାଇଁ ତୃଣମୂଳ କଂଗ୍ରେସ ପକ୍ଷରୁ ମଧ୍ୟ ଶୋଭାଯାତ୍ରା ବାହାରିଛି। ତୃଣ ମୂଳ କଂଗ୍ରେସ କର୍ମୀମାନେ ରାମ ପୂଜା ମଧ୍ୟ କରିଛନ୍ତି।

ସମ୍ବନ୍ଧିତ ଖବର