ଭୁବନେଶ୍ୱର: ପାର୍ବଣ ଅବସରରେ ଆରମ୍ଭ ହେଲା ରାମ-ରାବଣ ରାଜନୀତି। କେଉଁ ରାଜନୈତିକ ଦଳରେ କିଏ ରାମ ଆଉ କିଏ ରାବଣ ? ସେନେଇ ନେଇ ଚାଲିଲା ଆରୋପ ପ୍ରତ୍ୟାରୋପ। କଂଗ୍ରେସର ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟ କହିଛନ୍ତି କି, ରାଜନୀତିରେ ବି ରାବଣ ଅଛନ୍ତି ଆଉ ଏମିତିକି ଓଡ଼ିଶା ରାଜନୀତିରେ ୨ରୁ ୩ ଜଣ ରାବଣ ଅଛନ୍ତି। ବିଜେଡିର ନବୀନ ହେଉଛନ୍ତି ବେଳେ ବେଳେ ରାମ ଆଉ ବେଳେବେଳେ ରାବଣ, ବିଜେପିର ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ରାବଣ ଓ ରାମ ଚରିତ୍ର ଧାରଣ କରୁଛନ୍ତି କିନ୍ତୁ କଂଗ୍ରେସର ନିରଞ୍ଜନ ପଟ୍ଟନାୟକ ପୂରା ରାମଙ୍କ ଭଳି। ସବୁ ଗୁଣରେ ପରିପୂର୍ଣ୍ଣ ନିରଞ୍ଜନ ବୋଲି କହିଛନ୍ତି ସୁର।
ସେପଟେ ବିଜେଡି ନେତା ପ୍ରସନ୍ନ ପାଟ୍ଟଶାଣୀ। ଏହି ରାମ-ରାବଣ ରାଜନୀତି ଉପାଖ୍ୟାନ ନେଇ କହିଛନ୍ତି କି, ଓଡ଼ିଶା ରାଜନୀତିରେ ଉଭୟ ରାମ ଓ ରାବଣ ଚରିତ୍ର ଅଛନ୍ତି ଯ କିନ୍ତୁ ନବୀନ ଧର୍ମେନ୍ଦ୍ର ଓ ନିରଞ୍ଜନ ତିନିଜଣ ହେଉଛନ୍ତି ରାମ କାଟାଗୋରୀର। ଆଉ ମୁଁ ହେଉଛି ଓଡ଼ିଶା ରାଜନୀତିର ଜଣେ ହନୁମାନ। କାରଣ ଯେତେବେଳେ କଂଗ୍ରେସରେ ଥିଲି ସେତେବେଳେ ଜାନକୀବାବୁଙ୍କୁ ରାଜନୈତିକ କ୍ଷେତ୍ରରେ ସାହାଯ୍ୟ କରୁଥିଲି। ଆଉ ଯେତେବେଳେ ବିଜୁ ବାବୁଙ୍କ ଦଳକୁ ଆସିଲି ସେତେବେଳେ ତାଙ୍କ ସହିତ କାମ କରିବାକୁ ପାଇଁ ଡେଇଁ ପଡ଼ିଲି।
ଏସବୁ ବାଦ୍ ବିଜେପି ହେଭିୱେଟ୍ ଦାମ ରାଉତ ରାମ ଓ ରାବଣ ରାଜନୀତିକୁ ଟିକେ ଭିନ୍ନ ଢଙ୍ଗରେ ବୁଝାଇଛନ୍ତି। ଆଜିକାଲି ରାଜନୀତିରେ ରାବଣ ହିଁ ରାବଣ। ଏବେ କେବଳ କ୍ଷମତା ଓ ସମ୍ପତ୍ତି ପାଇଁ ଲୋକେ ରାଜନୀତିକୁ ଆସୁଛନ୍ତି। ନିଜର ଆଚରଣ ଓ ଉଚ୍ଚାରଣକୁ ନିରୀକ୍ଷଣ କଲେ ହିଁ ସମସ୍ତେ ଜାଣିପାରିଲେ, କିଏ ଭଲ କିଏ ଭେଲ। ବିଜୁ ବାବୁଙ୍କୁ ରାମ କି ରାବଣ ଚରିତ୍ରରେ ସହ ତୁଳନା କରିବା ସମୀଚିନ ହେବନି। ସେ ଜଣେ ଉଚ୍ଚକୋଟୀର ରାଜନେତା ଓ ରାଷ୍ଟ୍ରୀୟ ଚିନ୍ତାରେ ମନୋନିବେଶ କରୁଥିଲେ କହି ରାମ-ରାବଣ ଉବାଚ ଶୁଣାଇଛନ୍ତି ଦାମ।