ଯଦି ସତରେ ସଂଖ୍ୟାଲଘୁଙ୍କ ପାଇଁ ଲଢୁଛ, ଉତ୍ତରପ୍ରଦେଶ ପାଇଁ ଜଣେ ମୁସଲିମ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଦିଅ : ମାୟା-ଅଖିଳେଶଙ୍କୁ ପାଶଓ୍ଵାନଙ୍କ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ : ଉତ୍ତର-ପ୍ରଦେଶ ଓ ଆଉ କେତେକ ରାଜ୍ୟରେ ନିର୍ବାଚନୀ ମେଣ୍ଟ କରିଥିବା ସମାଜବାଦୀ ପାର୍ଟି (ଏସପି) ଓ ବହୁଜନ ସମାଜ ପାର୍ଟି (ବିଏସପି)କୁ ତୀବ୍ର ସମାଲୋଚନା କରିଛନ୍ତି ଲୋକଜନଶକ୍ତି ପାର୍ଟିର ମୁଖ୍ୟ ତଥା କେନ୍ଦ୍ରମନ୍ତ୍ରୀ ରାମବିଳାଶ ପାଶଓ୍ଵାନ । ସେ କହିଛନ୍ତି ଯେ ଏହି ଦଳମାନେ ସଂଖ୍ୟାଲଘୁଙ୍କ ସ୍ୱାର୍ଥ ରକ୍ଷା ପାଇଁ ଲଢୁଥିବା କଥା କହିୁଛନ୍ତି, କିନ୍ତୁ ପ୍ରକୃତରେ ସେମାନେ କ୍ଷମତା ପାଇଁ ହିଁ ଲଢୁଛନ୍ତି । ଯଦି ସତରେ ସେମାନେ ସଂଖ୍ୟାଲଘୁଙ୍କ ପାଇଁ ଲଢୁଥାନ୍ତି, ସେମାନେ ଉତ୍ତରପ୍ରଦେଶରେ ଆଗାମୀ ବିଧାନସଭା ନିର୍ବାଚନରେ ଜଣେ ମୁସଲିମଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଉପସ୍ଥାପନ କରନ୍ତୁ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କ ଦଳ ଓ ନିତିଶଙ୍କ ଜନତା ପାର୍ଟି ( ୟୁନାଇଟେଡ) ବିଜେପି ନେତୃତ୍ୱାଧୀନ ଏନଡିଏରେ ଥିଲେ ମଧ୍ୟ ରାମମନ୍ଦିର, ଧାରା ୩୭୦ ଓ ସମାନ ନାଗରିକ ସଂହିତା ପ୍ରସଙ୍ଗରେ ନିରପେକ୍ଷ ମତ ପୋଷଣ କରନ୍ତି । ଏସସିଏସଟି ଆଇନ ପ୍ରସଙ୍ଗରେ ମଧ୍ୟ ସେମାନେ ନିରପେକ୍ଷ ମତ ପୋଷଣ କରନ୍ତି ।

ସମ୍ବନ୍ଧିତ ଖବର