ଏକ ବ୍ୟକ୍ତି, ଏକ ପଦବିକୁ ସୁରଙ୍କ ନାପସନ୍ଦ

ଭୁବନେଶ୍ୱର : କଂଗ୍ରେସରେ ‘ଏକ ବ୍ୟକ୍ତି, ଏକ ପଦବି’ ନୀତିକୁ ନାପସନ୍ଦ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ସଭାପତି ସୁରେଶ ରାଉତରାୟ। ଜିଲ୍ଲା ସଭାପତିମାନେ ନିର୍ବାଚନରେ ଲଢ଼ିବେ ନାହିଁ ବୋଲି ହେଉଥିବା ଚର୍ଚ୍ଚାକୁ ସେ ବିରୋଧ କରିଛନ୍ତି। ଶ୍ରୀ ରାଉତରାୟ ଆଜି ଗଣମାଧ୍ୟମକୁ କହିଛନ୍ତି, ପ୍ରତି ଜିଲ୍ଲାରେ ସଭାପତିଙ୍କ ସହ କାର୍ଯ୍ୟକାରୀ ସଭାପତି ମନୋନୀତ କରିବା ସ୍ୱାଗତଯୋଗ୍ୟ ପଦକ୍ଷେପ। କିନ୍ତୁ ଯିଏ ସଭାପତି ହେବ ସେ ଲଢ଼ବିନି, ଏହାକୁ ମୁଁ ପସନ୍ଦ କରୁନି। ମୁଁ ଏପରି ନୀତିକୁ ମାନିବି ନାହିଁ। କାରଣ ଜଟଣୀରେ ନିର୍ବାଚନ ହାରିବା ପର ଠାରୁ ମୁଁ ଅକ୍ଳାନ୍ତ ପରିଶ୍ରମ କରୁଛି। ଦିନକୁ ୧୮ ଘଣ୍ଟା ଖଟୁଛି। ୨୦୧୯ରେ ଜଟଣୀରୁ ପୁଣି ଲଢ଼ିବା ଲକ୍ଷ୍ୟ ନେଇ ଖଟୁଛି। ତେଣୁ ନିର୍ବାଚନ ଯେମିତି ହେଲେ ଲଢ଼ିବି। ସେମିତି ସର୍ତ୍ତ ରହିଲେ ନିରଞ୍ଜନ ପଟ୍ଟନାୟକ, ଚିରଞ୍ଜୀବୀ ବିଶ୍ୱାଳ, ଭକ୍ତ ଦାସ, ପ୍ରଦୀପ ମାଝୀ, ନବ ଦାସ କେହି ଲଢ଼ିପାରିବେନି।

ସମ୍ବନ୍ଧିତ ଖବର