ରାଜନୀତିକୁ ଆସିବେ ରିତେଶ୍‌ , କଂଗ୍ରେସ ଟିକେଟ୍‌ରେ ଲଢ଼ିବେ ନିର୍ବାଚନ

ମୁମ୍ବାଇ : ବଲିଉଡ୍‌ର ଅଭିନେତା ତଥା ପ୍ରଯୋଜକ ରିତେଶ୍‌ ଦେଶମୁଖ୍‌ ନିଜର ଅଭିନୟ ଜରିଆରେ ଦର୍ଶକଙ୍କ ହୃଦୟକୁ ଜିତିବା ପରେ ଏବେ ନିଜ ପିତାଙ୍କ ନୀତିକୁ ଅନୁସରଣ କରିବାକୁ ରାଜନୀତି ମଞ୍ଚକୁ ଓହ୍ଲାଇବାକୁ ଯାଉଛନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ, ଅଭିନେତା ରିତେଶ୍‌ ଦେଶ୍‌ମୁଖ ରାଜନୀତିରେ ପ୍ରବେଶ କରିବା ଲାଗି ଏବେ ସଂପୂର୍ଣ୍ଣ ପ୍ରସ୍ତୁତି ଚଳାଇବା ସହିତ ୨୦୧୯ରେ କଂଗ୍ରେସ ପାର୍ଟି ତରଫରୁ ଲୋକସଭା ନିର୍ବାଚନ ଲଢ଼ିବେ। ତେବେ ଆପଣଙ୍କ ସୂଚନା ଲାଗି ଜଣାଉଛୁ କି ,ଅଭିନେତା ରିତେଶ୍‌ଙ୍କର ରାଜନୀତି ସହିତ ବହୁତ ପୁରୁଣା ସଂପର୍କ ରହିଛି। କାରଣ ଅଭିନେତା ରିତେଶ୍‌ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଳାସରାଓ ଦେଶ୍‌ମୁଖଙ୍କର ପୁତ୍ର ଅଟନ୍ତି।

ତେବେ ଅଭିନେତା ରିତେଶ ୍‌ହିନ୍ଦୀ ଓ ମରାଠୀ ଫିଲ୍ମରେ ନିଜର ହୃଦୟସ୍ପର୍ଶୀ ଅଭିନୟ ଲାଗି ଦର୍ଶକଙ୍କ ହୃଦୟରେ ରାଜ୍‌ କରୁଥିବା ବେଳେ ତାଙ୍କୁ ଆଗାମୀ ଫିଲ୍ମ ‘ହାଉସ୍‌ଫୁଲ୍‌-୪’ରେ କମେଡ଼ି କରୁଥିବାର ଦେଖିବାକୁ ମିଳିବ । ଏଥିରେ ରିତେଶ୍‌ଙ୍କ ସହିତ ଅକ୍ଷୟ କୁମାର, ବବି ଦେଓଲ୍‌ ମଧ୍ୟ ଅଭିନୟ କରିଛନ୍ତି।

Hindustan Times

ଅଭିନେତା ରିତେଶ୍‌ ବର୍ଷ ୨୦୦୩ରେ ରେ ଫିଲ୍ମ ‘ତୁଝେ ମେରି କସମ୍‌’ ଜରିଆରେ ବଲିଉଡ୍‌ରେ ନିଜର ଫିଲ୍ମ କ୍ୟାରିଅର୍‌ ଆରମ୍ଭ କରିଥିଲେ।ଏହାପରେ ସେ ‘ମସ୍ତି’,‘କ୍ୟା କୁଲ୍‌ ହୈ ହମ୍‌’,‘ମାଲାମାଲ୍‌ ଓ୍ଵିକ୍‌ଲି’,‘ଡର୍‌ନା ଜରୁରୀ ହୈ’,‘ଆପ୍‌ନା ସପ୍‌ନା ମନି ମନି’,‘ଧମାଲ୍‌’,‘ହେ ବିବି’,‘ହାଉସ୍‌ଫୁଲ୍‌’,‘ଗ୍ରେଡ ଗ୍ରାଣ୍ଡ୍‌ ମସ୍ତି’ଭଳି କେତେକ ହିଟ ଫିଲ୍ମରେ ବି ଅଭିନୟ କରିଛନ୍ତି।

ସମ୍ବନ୍ଧିତ ଖବର