ପାଟନା: ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି) ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତେଜ ପ୍ରତାପ ନିକଟରେ ନିଜ ବିଧାନସଭା ନିର୍ବାଚନ ମଣ୍ଡଳୀ ଗସ୍ତରେ ଯାଇଥିଲେ। ଏହି ଗସ୍ତରେ ସେ ବିଭିନ୍ନ ରଙ୍ଗରେ ଦେଖାଯାଇଥିଲେ। ତେଜ୍ ପ୍ରତାପ ରିକ୍ସା ଚଳାଇଥିଲେ। ନଳକୂପରେ ବି ଗାଧୋଇବା ପରେ ଜଣେ ମହାଦଳିତଙ୍କ ଘରେ ଶାଗ-ରୁଟି ଭୋଜନ କରିଥିଲେ। ତେଜ ପ୍ରତାପ ନିଜ ନିର୍ବାଚନ ମଣ୍ଡଳୀର ରାମପୁର ଡୁମରୀ ଗାଁରେ ପହଞ୍ଚି ଆରଜେଡି କର୍ମକର୍ତ୍ତା ପଓ୍ଵନ କୁମାର ନିବାସରେ ବୈଠକ ଡାକିଥିଲେ। ବୈଠକରେ ସେ ପାର୍ଟି କର୍ମକର୍ତ୍ତାଙ୍କର ସମସ୍ୟା ଶୁଣିଥିଲେ। ତେଜ୍ ପ୍ରତାପ ଅଧିକାରୀମାନଙ୍କୁ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ତେଜ୍ ପ୍ରତାପ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ବିରୋଧରେ କହିଥିଲେ। ସେ କହିଥିଲେ, ନୀତିଶ ସରକାର ଚାଷୀଙ୍କୁ ଅବହେଳା କରୁଛି।
अपने कर्मभूमि महुआ में दिनभर की परिभ्रमण के दौरान थोड़ी भुख लगी थी, मधौल स्थित महादलित टोला में मक्के की रोटी और साग पेट भर के खाया। pic.twitter.com/p254dZGfBR
— Tej Pratap Yadav (@TejYadav14) July 13, 2018
ଗସ୍ତରେ ତେଜ ପ୍ରତାପ ମଘୌଲର ମହାଦଳିତ ବସ୍ତିରେ ପହଞ୍ଚିଥିଲେ। ଏଠାରେ ସେ ଏକ ଦଳିତଙ୍କ ଘରେ ମକ୍କା ରୁଟି ଓ ଶାଗ ଖାଇଥିଲେ। ତେଜ ପ୍ରତାପ୍ ଟୁଇଟ କରିଛନ୍ତି, ନିର୍ବାଚନ ମଣ୍ଡଳୀକୁ ବୁଲିଯିବାର କାର୍ଯ୍ୟକ୍ରମ ଥିଲା। ବୁଲୁଥିବା ସମୟରେ ଅଚାନକ ଭୋକ ହୋଇଥିଲା। କିଛି ସମୟ ପରେ ଏକ ମହାଦଳିତ ବସ୍ତିରେ ପହଞ୍ଚି ଥିଲେ। ଗାଡ଼ିରୁ ଓହ୍ଲାଇ ମହାଦଳିତଙ୍କ ଘରେ ମକ୍କା ରୁଟି ଓ ଶାଗ ମାଗି ଖାଇଥିଲେ। ଖାଇସାରିବା ପରେ ମହାଦଳିତ ପରିବାରକୁ ତେଜ ପ୍ରତାପ ଧନ୍ୟବାଦ ଜଣାଇଛନ୍ତି। ସବୁଦିନ ପାଇଁ ଋଣି ରହିବି ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/TEJ-PRATAP.jpg)