ନୂଆଦିଲ୍ଲୀ : ଗତ ୧୦ ତାରିଖରେ ଏନଡିଏରୁ ଅଲଗା ହୋଇଥିବା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ରାଷ୍ଟ୍ରୀୟ ଲୋକ ସମତା ପାର୍ଟି ନେତା ଉପେନ୍ଦ୍ର ଖୁସଓ୍ଵାହା ଆଜି ୟୁପିଏରେ ଯୋଗ ଦେଇଛନ୍ତି । ଆସନ ଭାଗବଣ୍ଟାକୁ ନେଇ ମତଭେଦ ପରେ ସେ ଏନଡିଏ ଛାଡିଥିଲେ । ଆଜି ସେ ବିହାରରେ କଂଗ୍ରେସ ନେତୃତ୍ୱରେ ଥିବା ମହାଗଠବନ୍ଧନରେ ଯୋଗ ଦେଇଛନ୍ତି ।

Advertisment

୨୦୧୯ ଲୋକସଭା ନିର୍ବାଚନରେ ଉପେନ୍ଦ୍ର କୁଶ୍ଓ୍ଵାହଙ୍କୁ ଦୁଇଟିରୁ ଅଧିକ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଅନୁମତି ଦେବାକୁ ବିଜେପି ମନା କରିଦେବାରୁ ସେ ବିଜେପିର ବିରୁଦ୍ଧାଚରଣ କରି ଆସୁଥିଲେ। କିନ୍ତୁ, ବିଜେପି ତାଙ୍କ ଉପରେ ଗୁରୁତ୍ୱ ନ ଦେଇ ନୀତିଶ କୁମାରଙ୍କ ସହ ବୁଝାମଣା କରିବା ପରେ ବିଜେପି ଏବଂ ଜନତା ଦଳ (ୟୁନାଇଟେଡ୍) ସମାନ ସଂଖ୍ୟକ ଆସନରେ ନିର୍ବାଚନ ଲଢ଼ିବେ ବୋଲି ସ୍ଥିର କରିଥିଲା। କୁଶ୍ଓ୍ଵାହ୍ କହି ଆସୁଥିଲେ କି, ତାଙ୍କ ଦଳକୁ ଯେତୋଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଦିଆ ଯାଉଛି, ତାହା ସମ୍ମାନଜନକ ନୁହେଁ। ୨୦୧୯ ଲୋକସଭାରେ ତାଙ୍କ ଦଳକୁ ସମ୍ମାନଜନକ ଆସନ ଦିଆ ନ ଗଲେ ଏନ୍ଡିଏ ପ୍ରତି ଗୋଟାଏ ବଡ଼ ବିପଦ ଥିବା କଥା ସେ ସୂଚନା ଦେଉଥିଲେ। ବିହାର ଲୋକସଭାକୁ ୪୦ ଜଣ ସାଂସଦ ପଠାଏ।