ଜୟପୁର: ରାଜସ୍ଥାନ ରାଜନୀତିରେ ଦେଖିବାକୁ ମିଳିଛି ନୂଆ ମୋଡ଼। ବିଦ୍ରୋହୀ ନେତା ସଚ୍ଚିନ ପାଇଲଟ ମନ ବଦଳାଉଥିବା ଜଣାପଡ଼ୁଛି। ଆଜି ରାଜସ୍ଥାନ କଂଗ୍ରେସର ପୂର୍ବତନ ପ୍ରଦେଶ ମୁଖ୍ୟ ସଚିନ ପାଇଲଟ୍ ପୂର୍ବତନ କଂଗ୍ରେସ ମୁଖ୍ୟ ରାହୁଳ ଗାନ୍ଧୀ ଓ ସାଧାରଣ ସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ନୂଆଦିଲ୍ଲୀରେ ଭେଟିଛନ୍ତି। ସେମାନଙ୍କର ସାକ୍ଷାତ୍ ସକାରାତ୍ମକ ହୋଇଥିବାରୁ ରାଜସ୍ଥାନ ରାଜନୈତିକ ସଙ୍କଟ ଟଳି ଯାଇପାରେ ବୋଲି ଜଣାପଡୁଛି।
ପ୍ରାପ୍ତ ସୂଚନା ଅନୁସାରେ, ରାଜସ୍ଥାନ ସରକାରର କାର୍ଯ୍ୟ ଶୈଳୀ ସଂକ୍ରାନ୍ତ ସମସ୍ତ ପ୍ରସଙ୍ଗରେ ଆଲୋଚନା କରିବାକୁ ଗାନ୍ଧୀ ପରିବାର ଆଜି ସନ୍ଧ୍ୟା ୫ଟା ବେଳେ ପୁଣି ଥରେ ସଚିନ ପାଇଲଟ୍ଙ୍କୁ ଭେଟିବେ। ଆଜି ସନ୍ଧ୍ୟା ସୁଦ୍ଧା ରାଜସ୍ଥାନ ରାଜନୈତିକ ଅଚଳାବସ୍ଥା ସମାଧାନର ସ୍ପଷ୍ଟ ଚିତ୍ର ମିଳିଯିବ ବୋଲି ଅଶା କରାଯାଉଛି।
Image Courtesy of Hindustan Timesଅଗଷ୍ଟ ୧୪ ତାରିଖରେ ଆରମ୍ଭ ହେଉଥିବା ବିଧାନସଭା ଅଧିବେଶନ ପୂର୍ବରୁ ସାକ୍ଷାତ୍ କରିବାକୁ ସଚିନ ପାଇଲଟ୍ ରାହୁଳ ଗାନ୍ଧୀଙ୍କୁ ସମୟ ମାଗିଥିଲେ। କୁହାଯାଉଛି ଗାନ୍ଧୀ ପରିବାରର ଡକରା ପାଇ ସଚିନ ରାହୁଳ ଗାନ୍ଧୀଙ୍କ ବାସଭବନରେ ପହଞ୍ଚିଥିଲେ। ସେଠାରେ ସେ ଗାନ୍ଧୀ ପରିବାରର ସମସ୍ତଙ୍କୁ ଭେଟିଥିଲେ। ସଚିନଙ୍କ ସହ ଆଲୋଚନା କରିବା ପରେ ଏବେ ଗାନ୍ଧୀ ପରିବାର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ଙ୍କ ସହ ଆଲୋଚନା କରୁଛନ୍ତି।
ଅନ୍ୟ ଏକ ରିପୋର୍ଟ ଅନୁସାରେ, ବିଦ୍ରୋହୀ ଶିବିର କହିଛି ଯେ ମୁଖ୍ୟ ସଂକଟ ସମାଧାନ ହୋଇନାହିଁ। କିନ୍ତୁ, ସଚିନ ପାଇଲଟ୍ ରାହୁଳ ଓ ପ୍ରିୟଙ୍କାଙ୍କ ସହ ସକାରାତ୍ମକ ଆଲୋଚନା କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/rs.jpeg)