ନୂଆଦିଲ୍ଲୀ: ଦୀର୍ଘ ଏକ ମାସ ପରେ ଆଜି ସନ୍ଧ୍ୟାରେ ସଚିନ ପାଇଲଟ୍ ଓ ଅଶୋକ ଗେହଲଟ୍ ଭେଟାଭେଟି ହୋଇ ପରସ୍ପରକୁ ମୁରୁକି ହସା ଦେବା ସହ କରମର୍ଦ୍ଦନ କରିଛନ୍ତି। ଆସନ୍ତାକାଲି ରାଜସ୍ଥାନ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ପୂର୍ବରୁ ଆଜି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ଙ୍କ ଜୟପୁରସ୍ଥିତ ବାସଭବନରେ କଂଗ୍ରେସ ବିଧାୟକ ଦଳର ବୈଠକ ବସିଛି।
Image Courtesy of The Times of Indiaଏହି ବୈଠକରେ ଯୋଗ ଦେବାକୁ ଏକ ବସ୍ ଯୋଗେ ସଚିନ୍ ପାଇଲଟ୍ଙ୍କ ସହ ତାଙ୍କର ଅନୁଗାମୀ ବିଧାୟକମାନେ ମଧ୍ୟ ମୁଖ୍ୟମନ୍ତ୍ରୀ ଗେହଲଟ୍ଙ୍କ ବାସଭବନରେ ପହଞ୍ଚିଥିଲେ। ନିଜ ନାମ ଗୋପନ ରଖି ଜଣେ ବରିଷ୍ଠ ନେତା କହିଛନ୍ତି, ବିଧାନସଭା ଅଧିବେଶନ ଆରମ୍ଭ ପୂର୍ବରୁ କଂଗ୍ରେସ ବିଧାୟକ ଦଳର ବୈଠକ ଡାକାଯିବାକୁ ପୂର୍ବରୁ କୌଣସି ଯୋଜନା ନ ଥିଲା। କିନ୍ତୁ, ବିଦ୍ରୋହୀ କଂଗ୍ରେସ ବିଧାୟକମାନେ ପ୍ରତ୍ୟାବର୍ତ୍ତନ ହେତୁ ପରିବର୍ତ୍ତିତ ରାଜନୈତିକ ଚିତ୍ରପଟ୍ଟ କାରଣରୁ ଗୁରବାର ସନ୍ଧ୍ୟାରେ ଏହି ବୈଠକ ଡକାଯାଇଛି।
ଏହା ବ୍ୟତିରେକେ, ଜୁଲାଇ ୧୭ ତାରିଖ ଦିନ ବହିଷ୍କାର ହୋଇଥିବା ଦୁଇ ଜଣ କଂଗ୍ରେସ ବିଧାୟକଙ୍କ ଉପରୁ ଆଜି ବହିଷ୍କାର ଆଦେଶ ପ୍ରତ୍ୟାହାର କରି ନିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/gs.jpg)