ବାଚସ୍ପତିଙ୍କ ଅଯୋଗ୍ୟତା ନୋଟିସ୍‌ ବିରୋଧରେ ହାଇକୋର୍ଟ ଗଲେ ପାଇଲଟ୍ ଓ ଅନ୍ୟ ବିଦ୍ରୋହୀ ବିଧାୟକ

ନୂଆଦିଲ୍ଲୀ: ରାଜସ୍ଥାନ ବିଧାନସଭାର ବାଚସ୍ପତି ସି. ପି. ଯୋଶୀ ଜାରି କରିଥିବା ଅଯୋଗ୍ୟତା ନୋଟିସ୍‌କୁ ବିରୋଧ କରି ଅନ୍ୟ ୧୮ଜଣ ବିଧାୟକଙ୍କ ସହ ସଚିନ ପାଇଲଟ ରାଜସ୍ଥାନ ହାଇକୋର୍ଟରେ ପିଟିସନ୍ ଦାଏର କରିଛନ୍ତି। ଏହି ୧୮ ଜଣ ବିଧାୟକ ସଚିନଙ୍କୁ ସମର୍ଥନ କରୁଥିଲେ। ଆଜି ଅପରାହ୍ଣ ୩ଟା ବେଳେ ଏହି ପିଟିସନ୍‌ର ଶୁଣାଣି ହେବ।

ଦଳ ବିରୋଧୀ କାର୍ଯ୍ୟକଳାପ କାରଣରୁ ତାଙ୍କୁ ବିଧାନସଭା ପାଇଁ ଅଯୋଗ୍ୟ ଘୋଷଣା କରାଯାଉ ବୋଲି ଶାସକ କଂଗ୍ରେସ ଚାହୁଁଥିଲା। କଂଗ୍ରେସ ବିଧାୟକ ପାର୍ଟି ବୈଠକରେ ଯୋଗ ନ ଦେଇଥିବା କାରଣରୁ ବୁଧବାର ଦିନ ବାଚସ୍ପତି ଯୋଶୀ ପାଇଲଟ୍ ଏବଂ ଅନ୍ୟ ୧୮ଜଣ କଂଗ୍ରେସ ବିଧାୟକଙ୍କୁ ନୋଟିସ୍ ଜାରି କରିଥିଲେ।

Image Courtesy of Zee News

ରାଜସ୍ଥାନ କଂଗ୍ରେସ ୟୁନିଟ୍‌ ମଧ୍ୟରେ କ୍ଷମତା ଲଢ଼େଇ ଚାଲିଥିବା ବେଳେ ବିଜେପିରେ ଯୋଗ ଦେବେ ନାହିଁ ପାଇଲଟ୍ ସ୍ପଷ୍ଟ କରିଥିଲେ ମଧ୍ୟ କଂଗ୍ରେସ ଅଭିଯୋଗ କରୁଛି କି, ବିଜେପି ସହ ମିଶି ସେ ସରକାର ଭାଙ୍ଗିବାକୁ ଷଡ଼ଯନ୍ତ୍ର କରୁଛନ୍ତି।

ମଙ୍ଗଳବାର ଦିନ କଂଗ୍ରେସ ପାଇଲଟ୍‌ଙ୍କୁ ଉପମୁଖ୍ୟମନ୍ତ୍ରୀ ଏବଂ ପ୍ରଦେଶ କଂଗ୍ରେସ କମିଟି ମୁଖ୍ୟ ପଦର ବହିଷ୍କାର କରିଥିଲା। ତାଙ୍କର ଦୁଇ ଜଣ ଅନୁଗତ ମନ୍ତ୍ରୀ ମଧ୍ୟ ବହିଷ୍କାର ହୋଇଥିଲେ।

 

ସମ୍ବନ୍ଧିତ ଖବର