ଉନ୍ନାବ ଲୋକସଭା ଆସନରେ ମୁଁ ଟିକେଟ ନପାଇଲେ ହାରିବ ବିଜେପି: ସାକ୍ଷୀ ମହାରାଜ

ଉନ୍ନାବ: ଉତ୍ତରପ୍ରଦେଶର ଉନ୍ନାବରୁ ଭାରତୀୟ ଜନତା ପାର୍ଟି ସାଂସଦ ସାକ୍ଷୀ ମହାରାଜ ଦଳୀୟ ନେତୃତ୍ୱକୁ ଧମକ ଦେବାକୁ ଯାଇ ବୁଧବାର କହିଛନ୍ତି, ଯଦି ଉନ୍ନାବ ଲୋକସଭା ଆସନରୁ ତାଙ୍କୁ ଟିକେଟ ନମିଳେ, ତା’ହେଲେ ଭାରତୀୟ ଜନତା ପାର୍ଟିକୁ ଏହାର ଫଳ ଭୋଗିବାକୁ ପଡ଼ିବ। ଚାରି ଥର ସାଂସଦ ହୋଇଥିବା ସାକ୍ଷୀ ମହାରାଜ କହିଛନ୍ତି, ଯଦି ମୋର ବ୍ୟତୀତ ଆଉ କାହାରିକୁ ଟିକେଟ ମିଳେ ତା’ହେଲେ ବିଜେପି ପାଇଁ ଭଲ ଖବର ଆସିବ ନାହିଁ।

ସୂଚନାଯୋଗ୍ୟ, ବିଜେପି ସାଂସଦ ସାକ୍ଷୀ (୬୩) ଏସଂପର୍କରେ ରାଜ୍ୟ ସଭାପତି ମହେନ୍ଦ୍ର ନାଥ ପାଣ୍ଡେଙ୍କୁ ଏକ ଚିଠି ଲେଖିଥିଲେ, ଯାହାକି ସୋସିଆଲ ମିଡିଆ ଏବଂ ଇଲେକଟ୍ରୋନିକ ମିଡିଆରେ ଭାଇରାଲ ହୋଇଥିଲା।

ସାକ୍ଷୀ ମହରାଜ ଏହି ପତ୍ର ଗଣମାଧ୍ୟମ ନିକଟରେ ପହଂଚିବା ପରେ କହିଥିଲେ ଏହି ଚିଠି ସାଂସଦଙ୍କ ଲେଟରପ୍ୟାଡରେ ଟାଇପ୍‌ କରାଯାଇଛି। ଘଟଣାର ତଦନ୍ତ ହେବା ଦରକାର। ଏହି ଚିଠି କେମିତ ଭାଇରାଲ ହେଲା, ସେ ବାବଦରେ ମଧ୍ୟ ତଦନ୍ତ ହେବା ଆବଶ୍ୟକ ଅଛି। ଉନ୍ନାବରୁ ମୋତେ ଟିକେଟ ନମିଳିବା ନେଇ ଦଳ ଯଦି ନିଷ୍ପତ୍ତି ନିଏ, ତା’ହେଲେ ରାଜ୍ୟ ଏବଂ ଦେଶର କୋଟି କୋଟି କର୍ମୀଙ୍କୁ ଆହତ ଲାଗିବାର ସମ୍ଭାବନା ଅଛି। ଏହାର ପରିଣାମ ଭୟଙ୍କର ହେବ।

ସମ୍ବନ୍ଧିତ ଖବର