ଭୁବନେଶ୍ବର : ଗତ ୨୮ ତାରିଖ ଦିନ ପୂର୍ତ ସଚିବ ପଦରୁ ଅବ୍ୟାହତି େନଇଥିବା ବରିଷ୍ଠ ଯନ୍ତ୍ରୀ ନଳିନୀକାନ୍ତ ପ୍ରଧାନ ଆଜି ବିଧିବଦ୍ଧ ଭାବେ ବିେଜଡିେର େଯାଗ େଦଇଛନ୍ତି। ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ତାଙ୍କର ବିେଜଡିରେ େଯାଗଦାନ ସଂପର୍କରେ େଘାଷଣା େହାଇଥିଲା। ଚାକିରିରୁ ଇସ୍ତଫା େଦଇଥିବା କଟକ ମହାନଗର ନିଗମ ପୂର୍ବତନ ଅତିରିକ୍ତ କମିସନର ରମେଶ ଚନ୍ଦ୍ର ସାଏ, ପୂର୍ବତନ ମୁଖ୍ୟଯନ୍ତ୍ରୀ ଶ୍ରୀ ଜୟପାଲ୍‍ ନାୟକ, ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀର ବିଜେପି ନେତ୍ରୀ ଶ୍ରୀମତୀ ସୁପ୍ରଭା ସାହୁ ବି ଆଜି ବିେଜଡିେର େଯାଗ େଦଇଛନ୍ତି।

Advertisment

ବିଜେଡି ପ୍ରତି ଆସ୍ଥା ପ୍ରକଟ କରି ଯୋଗ ଦେଇଥିବା ସମସ୍ତଙ୍କୁ ମାନ୍ୟବର ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ସ୍ୱାଗତ କରିବା ସହ କହିଥିଲେ ଯେ ଶ୍ରୀ ପ୍ରଧାନଙ୍କ ସହ ପଶ୍ଚିମ ଓଡ଼ିଶା ବିଜେପି ଓ କଂଗ୍ରେସ ନେତାମାନେ ଦଳରେ ଯୋଗ ଦେଇଥିବାରୁ ମୁଁ ବହୁତ ଖୁସି। ଏହି ଯୋଗଦାନ ବିଜୁ ଜନତା ଦଳର ଶକ୍ତି ବୃଦ୍ଧି ହେବାରେ ସହାୟକ ହେବ। ଏହି ଅବସରରେ ଇଂ ଶ୍ରୀ ପ୍ରଧାନ କହିଥିଲେ ଯେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶ ଓ ନେତୃତ୍ୱରେ ଅନୁପ୍ରାଣିତ ହୋଇ ଆଜି ମୁଁ ବିଜେଡିରେ ଯୋଗଦେଇଛି। ୧୫ବର୍ଷ ଧରି ମୁଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସହିତ ଓତଃପ୍ରୋତଃ ଭାବେ ଜଡ଼ିତ ଥିଲି। ବିଜୁ ଜନତା ଦଳ ହେଉଛି ଉପଯୁକ୍ତ ଦଳ, ଯାହା ମାଧ୍ୟମରେ ଜନସାଧାରଣଙ୍କ ସେବା ଅଧିକରୁ ଅଧିକ ଭଲ ଭାବେ କରିହେବ। ଏହାସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋତେ ଯେଉଁ ଦାୟିତ୍ୱ ଦେବେ ତାକୁ ମୁଁ ସୂଚାରୁରୂପେ ସଂପାଦିତ କରିବି ବୋଲି ଇଂ. ଶ୍ରୀ ପ୍ରଧାନ କହିଥିଲେ।

ଅନ୍ୟପକ୍ଷରେ ଏହି େଯାଗଦାନ ରାଜନୀତି ଦୃଷ୍ଟିେକାଣରୁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ େବାଲି ବିେବଚନା କରାଯାଉଛି। କାରଣ ଅତି ସମ୍ବେଦନଶୀଳ ସମ୍ବଲପୁର େଲାକସଭା ଆସନରୁ ଶ୍ରୀ ପ୍ରଧାନ ବିେଜଡି ପ୍ରାର୍ଥୀ ଭାବେ ଉଭା େହାଇପାରନ୍ତି େବାଲି େଯଉଁ କଳ୍ପନାଜଳ୍ପନା ଚାଲିଥିଲା, ଆଜିର ଏହି େଯାଗଦାନ କାର୍ଯ୍ୟକ୍ରମ ପରେ ଏହି ଚର୍ଚ୍ଚାକୁ ବଳ ମିଳିଛି। କେବଳ ସେତିକି ନୁହେଁ, ଆଠମଲ୍ଲିକ ବିଧାନସଭା ଆସନରୁ ବିଧାୟକ ସଂଜୀବ ସାହୁଙ୍କ ସ୍ଥାନରେ ରମେଶ ସାଏ ଶାସକ ବିେଜଡି ପ୍ରାର୍ଥୀ େହବା ଚର୍ଚ୍ଚା ଅମୂଳକ ନୁହେଁ େବାଲି ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ମତ ରଖିଲେଣି।

ବିେଜଡିର ଆଜିର େଗାଟିଚାଳନା ଏକଥା ବି ପରୋକ୍ଷରେ ସୂଚାଇ ଦେଉଛି େଯ େଯଉଁଠାରେ ପ୍ରାର୍ଥୀଙ୍କ ସପକ୍ଷରେ ଜନମତ ନାହିଁ କିମ୍ବା ବିେରାଧୀ ହାଵା ସୃଷ୍ଟି େହବାର ସମ୍ଭାବନା ରହିଛି, େସଠାରେ ଦଳ ନୂଆ େନତାଙ୍କୁ େନଇ ପରୀକ୍ଷାନିରୀକ୍ଷା କରିପାରେ। େସହିଭଳି ‘ବିକାଶ’ ଏଜେଣ୍ଡାକୁ େନଇ ନବୀନ ୨୦୧୯ ନିର୍ବାଚନ ଲଢୁଥିବା କାରଣରୁ ନଳିନୀଙ୍କ ଆବିର୍ଭାବ ବିେଜଡି ପାଇଁ ସହଜ ପରିସ୍ଥିତି ସୃଷ୍ଟି କରିପାରେ େବାଲି କୁହାଯାଉଛି।

ସମାନ୍ତରାଳ ଭାେବ ଉଭୟ ନଗେନ୍ଦ୍ର ଓ ସଂଜୀବ ସାହୁଙ୍କୁ ଦଳ କିପରି ସନ୍ତୁଷ୍ଟ କରୁଛି, ତାହା ଉପରେ ବି ପର୍ଯ୍ୟବେକ୍ଷକ ମହଲ ନଜର ରଖିଛନ୍ତି। କାରଣ, ଏହି େଗାଟିଏ ସଙ୍କେତ ରାଜ୍ୟ ରାଜନୀତିରେ ଆସନ୍ତାଦିନରେ ଅସନ୍ତୁଷ୍ଟଙ୍କ େକ୍ଷତ୍ରରେ ଆଭିିମୁଖ୍ୟ ସଂପର୍କରେ ସ୍ପଷ୍ଟ ସୂଚାଇବ।

ଉେଲ୍ଲଖଯୋଗ୍ୟ,ଗତ କିଛି ଦିନ ପୂର୍ବରୁ ରେଢାଖୋଲରେ ବିଜେଡି ନେତାଙ୍କ ସହ ନଳିନୀଙ୍କ ଏକ ପୋଷ୍ଟର ଲାଗିଥିଲା। ଏହି ପ୍ରସଙ୍ଗଟି ସେ ସମୟରେ ପଶ୍ଚିମ ଓଡ଼ିଶା ରାଜନୀତିରେ କମ୍ପନ ସୃଷ୍ଟି କରିଥିଲା। ଆଠମଲ୍ଲିକ ଅଞ୍ଚଳର ବାସିନ୍ଦା ନଳିନୀଙ୍କର େରଢାେଖାଲ ଓ ସମ୍ବଲପୁର ଅଞ୍ଚଳରେ କିଛିଟା ଦଖଲ ରହିଛି। ଏହି କାର୍ଡ େଖଳି ବିେଜଡି ଚଷା େଭାଟକୁ ମଧ୍ୟ ନିଜ ପାଖରେ ରଖିବାକୁ ଉଦ୍ୟମ କରୁଛି।

ଆଜିର ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ପ୍ରଫୁଲ ମଲ୍ଲିକ, ବିଧାୟକ ସୁଶାନ୍ତ କୁମାର ବେହେରାଙ୍କ ସମେତ ବହୁ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।