କର୍ଣ୍ଣାଟକ ରାଜ୍ୟପାଳଙ୍କୁ କୁକୁର ସହ ତୁଳନା କଲେ ସଂଜୟ ନିରୁପମ

ନୂଆଦିଲ୍ଲୀ : କର୍ଣ୍ଣାଟକରେ ବିଗତ ୫ ଦିନ ହେବ ଚାଲିଥିବା ରାଜନୈତିକ ନାଟକର ଆଜି ଯବନିକା ପଡ଼ିଛି। ଏହି ମଧ୍ୟରେ ବିଭିନ୍ନ ନେତାଙ୍କ ପକ୍ଷରୁ ଭିନ୍ନ ଭିନ୍ନ ମନ୍ତବ୍ୟ ଆସୁଥିବା ବେଳେ ବରିଷ୍ଠ କଂଗ୍ରେସ ନେତା ସଞ୍ଜୟ ନିରୁପମ କର୍ଣ୍ଣାଟକ ରାଜ୍ୟପାଳ ବାଜୁଭାଇ ବାଲାଙ୍କୁ କୁୁକୁର ସହ ତୁଳନା କରି ବିବାଦ ସୃଷ୍ଟି କରିଛନ୍ତି। ସେ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ପ୍ରତି ରାଜ୍ୟପାଳ ବାଜୁଭାଇ ବାଲା ଅହେତୁକ ବିଶ୍ୱାସନୀୟତା ପ୍ରଦର୍ଶନ କରି ଏକ ନୂଆ କିର୍ତ୍ତୀମାନ ସ୍ଥାପନ କରିଛନ୍ତି। ଏବେ ବୋଧେ ଦେଶର ସବୁ ଲୋକ ନିଜ କୁକୁରର ନାମ ବାଜୁଭାଇ ବାଲା ରଖିବେ କାରଣ, ତାଙ୍କଠୁ ଅଧିକ ଆଜ୍ଞାଧୀନ ଆଉ କେହି ହୋଇପାରିବେ ନାହିଁ। ସେପେଟ, କର୍ଣ୍ଣାଟକ ନିର୍ବାଚନ ଆରମ୍ଭ ହେବା ଦିନଠାରୁ ଶାନ୍ତ ରହିଥିବା ହାର୍ଦ୍ଦିକ ପଟେଲ ଆଜି ଟ୍ଵିଟ କରି ପଚାରିଛନ୍ତି ଯେ, ରାଜ୍ୟପାଳ ବାଜୁଭାଇ ବାଲା କେବେ ଇସ୍ତଫା ଦେବେ।

ସମ୍ବନ୍ଧିତ ଖବର