ବିଜେପିରେ ଯୋଗଦେଲେ ପୂର୍ବତନ ବିଧାୟକ ସରୋଜ ପାଢ଼ୀ ଓ ମହିଳା କମିସନ୍‌ ସଦସ୍ୟା ତିଳୋତ୍ତମା ନାୟକ

ଭୁବନେଶ୍ୱର: ଗଂଜାମ ଜିଲ୍ଲାର ଆସିକାର ପୂର୍ବତନ ବିଧାୟକ ସରୋଜ ପାଢ଼ୀ ଓ ପୂର୍ବତନ ମହିଳା କମିସନ୍‌ ସଦସ୍ୟା ତିଳୋତ୍ତମା ନାୟକ ଶୁକ୍ରବାର ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି।

ଭୁବନେଶ୍ୱରସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟ ଆୟୋଜିତ ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସଭାପତି ବସନ୍ତ ପଣ୍ଡାଙ୍କ ଉପସ୍ଥିତିରେ ସରୋଜ ପାଢ଼ୀ ଏବଂ ତିଳୋତ୍ତମା ନାୟକ ଯୋଗଦେଇଛନ୍ତି। ଏହି ୨ ଜଣ ନେତା ଓ ନେତ୍ରୀଙ୍କ ଯୋଗଦାନ ପରେ ଗଂଜାମ ଓ କନ୍ଧମାଳରେ ବିଜେପି ଆହୁରି ମଜବୁତ ହେବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର