ପାର୍ଟି ନୁହେଁ, ମାଟି ପାଇଁ ବିଜେପି ଛାଡ଼ିଛନ୍ତି ବିଜୟ ଓ ଦିଲ୍ଲୀପ: ବିଜେଡି

ଭୁବନେଶ୍ବର : ବିଜେପି ଛାଡ଼ିଥିବା ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ ପାର୍ଟି ପାଇଁ ନୁହେଁ, ମାଟି ନିମନ୍ତେ ଦଳ ଛାଡ଼ିଛନ୍ତିି ବୋଲି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି। ଏକ ବିବୃତିରେ ସେ କହିଛନ୍ତି, ବିଜେପିର ବରିଷ୍ଠ ଦୁଇନେତା ମହାନଦୀ ହେଉ ବା ବ୍ରାହ୍ମଣୀ ନଦୀରେ ଦ୍ବିତୀୟ ସେତୁ ଭଳି ଯେଉଁ ପ୍ରସଙ୍ଗ ପାଇଁ ପାର୍ଟି ଛାଡ଼ିଛନ୍ତି ତାହା ସଂପୂର୍ଣ୍ଣ ଯୁକ୍ତିଯୁକ୍ତ। ସେମାନେ ଦଳରେ ନିଜର ସ୍ବାର୍ଥ ନ ଦେଖି ଜନତାଙ୍କ କଥା ଚିନ୍ତା କରିଛନ୍ତି। ସେମାନଙ୍କ ପରି ଦଳରେ କୋଣଠେସା ହୋଇ ରହିଥିବା ନେତା ମଧ୍ୟ ମୁହଁ ଖୋଲିବେ ବୋଲି ଶ୍ରୀ ପାତ୍ର କହିଛନ୍ତିି।

ସମ୍ବନ୍ଧିତ ଖବର