ନୂଆଦିଲ୍ଲୀ: ଗୁଜରାଟ ନିର୍ବାଚନ ପାଖେଇ ଆସୁଥିବା ବେଳେ ପଟିଦାର ନେତା ହାର୍ଦ୍ଦିକ ପଟେଲଙ୍କୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ ରହିଛି। ଗତକାଲି ହାର୍ଦ୍ଦିକଙ୍କୁ ନେଇ ଏକ ସେକ୍ସ କ୍ଲିପ୍ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାପରେ ଆଜି ଆହୁରି ୪ଟି କ୍ଲିପ୍ ମଧ୍ୟ ଭାଇରାଲ୍ ହୋଇଛି। ସମସ୍ତ କ୍ଲିପ୍ଗୁଡ଼ିକରେ ହାର୍ଦ୍ଦିକଙ୍କ ସହ ତାଙ୍କ ଅନ୍ୟ ସହଯୋଗୀମାନେ ମଦ୍ୟପାନ କରିବା ସହ ମହିଳାଙ୍କ ସହ ବୁଲୁଥିବା ଦେଖିବାକୁ ମିଳିଛି। କିନ୍ତୁ ଏହିସବୁ ଭିଡିଓ କ୍ଲିପ୍ଗୁଡ଼ିକର ସତ୍ୟତା ଏଯାବତ୍ ପ୍ରମାଣିତ ହୋଇନି। ହାର୍ଦ୍ଦିକ୍ କିନ୍ତୁ ଏହାକୁ ପ୍ରତ୍ୟାଖ୍ୟାନ କରି କହିଛନ୍ତି ତାଙ୍କୁ ବଦନାମ କରିବାପାଇଁ ଏହା ବିଜେପିର ହୀନ ରାଜନୀତି । ତାଙ୍କ ବ୍ୟକ୍ତିଗତ ଜୀବନରେ ହସ୍ତକ୍ଷେପ କରିଥିବାରୁ ସେ ବିଜେପି ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଧମକ ଦେଇଛନ୍ତି। ସେ ଖୁବ୍ ଶୀଘ୍ର ଏନେଇ ଏକ ମାମଲା ରୁଜୁ କରିବେ। ହାର୍ଦ୍ଦିକ କହିଛନ୍ତି ତାଙ୍କ ଚରିତ୍ର ସଂହାର କଲେ ଏହା ପଟିଦାର ଆନ୍ଦୋଳନ ଉପରେ କୌଣସି ପ୍ରଭାବ ପକାଇବନି। ଯଦି ବି ମୁ ଖରାପ ବ୍ୟକ୍ତି ହୋଇଥାଏ, ତା ହେଲେ ବି ସଂରକ୍ଷଣ ଦାବି ଉପରେ ଏହା କୌଣସି ପ୍ରଭାବ ପକାଇବ ନାହିଁ। ବିଜେପିର ୨୨ ବର୍ଷର ମିଥ୍ୟା ବିକାଶ ଏଜେଣ୍ଡା ପଦାରେ ପଡ଼ିଯିବାରୁ ଏହା ଏକ ୨୩ ବର୍ଷର ଯୁବକକୁ ପଦାରେ ପକାଇଦେବାକୁ ଚେଷ୍ଟା କରିଛି ବୋଲି ହାର୍ଦ୍ଦିକ କହିଛନ୍ତି। ତେବେ ହାର୍ଦ୍ଦିକ୍ଙ୍କୁ ଏନେଇ ସମର୍ଥନର ହାତ ବଢ଼ାଇଛନ୍ତି ଜିଗ୍ନେଶ ମେଓ୍ଵାନୀ। ହାର୍ଦ୍ଦିକଙ୍କ ପୂର୍ବତନ ସହଯୋଗୀ ଚିରାଗ ପଟେଲ କହିଛନ୍ତି ଏହି ଭିଡିଓ ଜାରି ହେବାପରେ ହାର୍ଦ୍ଦିକ ପଟିଦାର ସମ୍ପ୍ରଦାୟର ବିଶ୍ୱାସ ହରାଇବେ ଏବଂ ତାଙ୍କ ର୍ୟାଲିରେ ମହିଳାମାନେ ଯୋଗ ଦେବେନି। ଅନ୍ୟପକ୍ଷରେ ହାର୍ଦ୍ଦିକଙ୍କୁ ସୁରକ୍ଷା ଦେବାଲାଗି କଂଗ୍ରେସ ଅଣ୍ଟା ଭିଡ଼ିଛି। ଗୁଜରାଟ କଂଗ୍ରେସ ମୁଖ୍ୟ ଭରତସିଂହ ସୋଲାଙ୍କି କହିଛନ୍ତି ଚରିତ୍ର ସଂହାର କରିବା ବିଜେପିର ଏକ ପୁରୁଣା ଚାଲ୍। ତେବେ ଅନ୍ୟ ଏକ ପଟିଦାର ଗୋଷ୍ଠୀ ସର୍ଦ୍ଦାର ପଟେଲ ଗ୍ରୁପ୍ (ଏସପିଜି)ର ପ୍ରବକ୍ତା ପର୍ବିନ ପଟେଲ କହିଛନ୍ତି ଯେ ପଟିଦାର ଆନ୍ଦୋଳନରେ ଭିଡିଓ କ୍ଲିପ୍ କୌଣସି ପ୍ରଭାବ ପକାଇବନି। ଯଦି ହାର୍ଦ୍ଦିକ୍ ଆନ୍ଦୋଳନରୁ ଓହରିଯିବେ ତେବେ ଅନ୍ୟ କେହି ତାଙ୍କ ସ୍ଥାନ ନେବେ।
ସେକ୍ସ ସିଡି ମାମଲା: ବିଜେପି ବିରୋଧରେ ହାର୍ଦ୍ଦିକଙ୍କ ଆଇନଗତ କାର୍ଯ୍ୟାନୁଷ୍ଠାନ ଧମକ
/sambad/media/post_attachments/wp-content/uploads/2017/11/HardikPatel_AFP.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)