ପ୍ରିୟଙ୍କା ଗାନ୍ଧିଙ୍କ ପ୍ରତି ବିବାଦୀୟ ମନ୍ତବ୍ୟର ଜବାବ ଦେଲେ କଂଗ୍ରେସ ନେତା ସଜନ ବର୍ମା, ବିଜେପି ନେତ୍ରୀ ହେମା ମାଳିନୀଙ୍କୁ ଟାର୍ଟେଟ

ଭୋପାଲ: ଇନ୍ଦିରା ଗାନ୍ଧୀଙ୍କ ନାତୁଣୀ ତଥା କଂଗ୍ରେସ ଅଧ୍ୟକ୍ଷ ରାହୁଲ୍ ଗାନ୍ଧିଙ୍କ ଭଉଣୀ  ପ୍ରିୟଙ୍କା ରାଜନୀତିରେ ପାଦ ଦେବା ପରଠାରୁ ପୂରା ରାଜନୈତିକ ପାଣିପାଗରେ ପରିବର୍ତ୍ତନ ଆସିଛି । ଏହା କଂଗ୍ରେସର ଆତ୍ମବିଶ୍ୱାସକୁ ଦୃଢ଼ କରିବା ବେଳେ ପ୍ରିୟଙ୍କାଙ୍କୁ ସମାଲୋଚନା କରି ପ୍ରଭାବକୁ ପାଣିଚିଆ କରିବାକୁ ଉଦ୍ୟମ କରୁଛି ବିଜେପି।

ପ୍ରିୟଙ୍କାଙ୍କ ସୁନ୍ଦର ଚେହେରା କେବଳ କଂଗ୍ରେସ ଲାଗି ଶକ୍ତି ହୋଇପାରେ ବୋଲି ସମାଲୋଚନା ଉଠିଥିବା ବେଳେ ଏପେଟେ ଅନୁରୂପ ସମାଲୋଚନାରେ ଛନ୍ଦି ହୋଇଛନ୍ତି ଅଭିନେତ୍ରୀ ତଥା ବିଜେପି ନେତ୍ରୀ ହେମାମାଳିନୀ।

ଜାଣିବାକୁ ମିଳିଛି ଯେ ହେମା ମାଳିନୀଙ୍କ ସଂପର୍କରେ ବିବାଦୀୟ ମତ ରଖିଛନ୍ତି କଂଗ୍ରେସ ନେତା ସଜ୍ଜନ ବର୍ମା। ଶ୍ରୀ ବର୍ମା କହିଛନ୍ତି କି ଭୋଟ ସାଉଁଟିବା ପାଇଁ ବିଜେପି ହେମାଙ୍କୁ ନଚାଉଛି।

ଉଲ୍ଳେଖଯୋଗ୍ୟ, ନିକଟ ଅତୀତରେ ବିହାରର ବରିଷ୍ଠ ବିଜେପି ନେତା ତଥା ମନ୍ତ୍ରୀ ବିନୋଦ ନାରାୟଣ ଝା ପ୍ରିୟଙ୍କା ଗାନ୍ଧୀଙ୍କ ସଂପର୍କରେ କହିଥିଲେ କି ‘ପ୍ରିୟଙ୍କାଙ୍କର କେବଳ ସୁନ୍ଦର ମୁହଁ ଅଛି, କୌଣସି ପ୍ରକାର ରାଜନୈତିକ ଦକ୍ଷତା ନାହିଁ।’

ଝାଙ୍କ ଏପରି ବୟାନ ପରେ ସୋମବାର ସଜ୍ଜନ ବର୍ମା ବିଜେପିକୁ ପରିହାସ କରି କହିଥିଲେ ଯେ ‘ଏହା ବିଜେପିର ଖରାପ ଭାଗ୍ୟ ଯେ ଦଳରେ ପ୍ରିୟଙ୍କାଙ୍କ ପରି ସୁନ୍ଦର ଚେହେରା ନାହିଁ।’

ସମ୍ବନ୍ଧିତ ଖବର