ଏଥର ବିଜେପି ଦାୟିତ୍ୱରେ କିଏ? ଆସନ୍ତା ସପ୍ତାହରେ ବରିଷ୍ଠ ନେତାଙ୍କ ସହ ଆଲୋଚନା କରିବେ ଅମିତ ଶାହା

ନୂଆଦିଲ୍ଲୀ: ୨୦୧୯ରେ ବିପୁଳ ବିଜୟ ପରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଲେ ଅମିତ ଶାହ। ମୋଦି ସରକାରଙ୍କ ଦ୍ୱିତୀୟ ପାଳିରେ ଗୃହମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ଭାଳିବା ପରେ ବିଜେପିର ଦାୟିତ୍ୱ କାହା ହାତରେ ନ୍ୟସ୍ତ କରିବେ ସେ ଚିନ୍ତାରେ ଶାହ। ଆଉ ଏଥିପାଇଁ ଆସନ୍ତା ୧୩ ଓ ୧୪ ତାରିଖ ଦିନ ବିଜେପିର ଗୁରୁତ୍ୱପୂର୍ଣ୍ଣ ବୈଠକ ଡ଼କାଇଛନ୍ତି। ଶାହା ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବରିଷ୍ଠ ନେତାମାନଙ୍କୁ ନେଇ ସମୀକ୍ଷା କରିବେ।

ବିଭିନ୍ନ ରାଜ୍ୟର ରାଜ୍ୟ ସଭାପତିଙ୍କୁ ପରିବର୍ତ୍ତନ କରାଯିବା ସହ କିଛି ବଡ଼ ନିଷ୍ପତି ନିଆଯାଇପାରେ। ଏହାକୁ ନେଇ ବିଜେପିର ଜଣେ ବରିଷ୍ଠ ନେତା କହିଛନ୍ତି ଯେ ହରିଆଣା, ମହାରାଷ୍ଟ୍ର ଓ ଝାଡ଼ଖଣ୍ଡରେ ର୍ନିବାଚନ ହେବାକୁ ଥିବାରୁ ଏହି ତିନିଟି ରାଜ୍ୟରେ କୌଣସି ପରିବର୍ତ୍ତନ ନ ହୋଇପାରେ। ଶାହାଙ୍କ ତିନି ବର୍ଷିଆ କାର୍ଯ୍ୟକାଳ ଏବର୍ଷ ଆରମ୍ଭରେ ହିଁ ସରିଯାଇଥିଲା। ତେବେ ର୍ନିବାଚନକୁ ଆଖି ଆଗରେ ରଖି ତାଙ୍କ କାର୍ଯ୍ୟକାଳକୁ ୬ ମାସ ବଢ଼ାଇ ଦିଆଯାଇଥିଲା। ବୁଥ ସ୍ତରରୁ ଆରମ୍ଭ କରି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଓ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଅଧ୍ୟକ୍ଷଙ୍କୁ ବାଛିବେ।

ସମ୍ବନ୍ଧିତ ଖବର