ଅଲଓ୍ଵର : ରାଜସ୍ଥାନରେ ଏବେ ନିର୍ବାଚନ ପାଇଁ ଗତକାଲିଠାରୁ ନିର୍ବାଚନ ପ୍ରଚାର ଶେଷ ହୋଇଛି । ଏଥର ନିର୍ବାଚନରେ ନେତାମାନେ ଶାଳିନତା ଭୁଲି ବ୍ୟକ୍ତିଗତ ଆକ୍ଷେପ କରିବା ପର୍ଯ୍ୟନ୍ତ ଖସିଆସିଛନ୍ତି ।

Advertisment

ରାଜସ୍ଥାନ ଅଲଓ୍ଵରରେ ପ୍ରଚାର କରୁଥିବା ବେଳେ ଜନତାଦଳ (ୟୁନାଇଟେଡ)ରୁ ବିତାଡିତ ନେତା ଶରଦ ଯାଦବ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କୁ କରିଥିବା ବ୍ୟକ୍ତିଗତ ଆକ୍ଷେପ ଏକ ନୂଆ ବିବାଦ ସୃଷ୍ଟି କରିଛି । ସେ କହିଛନ୍ତି ଯେ ବସୁନ୍ଧରା ରାଜେ ମୋଟି ହୋଇଗଲେଣି, ଏବେ ସେ ବିଶ୍ରମ ନେବା ଉଚିତ । ଆଗରୁ ପତଳା ଥିଲେ, ଏବେ କିନ୍ତୁ ହାଲିଆ ହୋଇପଡିଛନ୍ତି । ସେ ଆମ ମଧ୍ୟପ୍ରଦେଶର ଝିଅ । ତାଙ୍କର ଏହି ବକ୍ତବ୍ୟ ଥିବା ଏକ ଭିଡିଓ ଏବେ ଭାଇରାଲ ହୋଇଛି ।

ଏହା ପୂର୍ବରୁ କଂଗ୍ରେସ ନେତା ରାଜ ବବର ଓ ମହେନ୍ଦ୍ର ମାଲବ୍ୟ ଖୋଦ ପ୍ରଧାନମନ୍ତ୍ରୀ ମୋଦିଙ୍କ ମାଙ୍କୁ ନେଇ ଆକ୍ଷେପ କରିବା ପରେ ବିବାଦ ସୃଷ୍ଟି ହୋଇଥିଲା । ରାଜସ୍ଥାନରେ ଆସନ୍ତା କାଲି ଭୋଟ ଗ୍ରହଣ ହେବ ।