ନୂଆଦିଲ୍ଲୀ: ମୋଦୀଙ୍କୁ ପ୍ରଶଂସା କରି ପୁଣି ଚର୍ଚ୍ଚାରେ ଶଶୀ । ଏଥର ପୁଣି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି କଂଗ୍ରେସର ବରିଷ୍ଠ ନେତା ଶଶୀ ଥରୁର । କରୋନା ସମୟରେ ‘ଭାରତ ମିତ୍ର ଦେଶ’ ସାଜି ରାଷ୍ଟ୍ରମାନଙ୍କୁ ଟିକା ଦେବାକୁ ଏକ ପ୍ରଶଂସନୀୟ ଯୋଗଦାନ ଥିଲା ବୋଲି ଥରୁର କହିବା ସହ ମୋଦୀ ସରକାରଙ୍କ ବିଦେଶ ନୀତିକୁ ଖୁବ ପ୍ରଶଂସା କରିଛନ୍ତି । ଦ ୱିକ ପୁସ୍ତକରେ ଶଶୀଙ୍କ ଲେଖା ଏବେ ବେଶ୍ ଚର୍ଚ୍ଚା ସାଉଁଟିଛି ।
ତେବେ ଖାଲି ମୋଦୀଙ୍କୁ ନୁହେଁ ଅନେକ ବିଜେପି ନେତାଙ୍କୁ ଶଶୀ ବିଭିନ୍ନ ସମୟରେ ପ୍ରଶଂସା କରି ଚର୍ଚ୍ଚାରେ ରହଥିବା ବେଳେ ତାଙ୍କ କଥାବାର୍ତ୍ତା ସେ ବିଜେପି ପ୍ରତି ଢଳୁଥିବା ସୂଚାଉଛି । ନିକଟରେ ଏଭଳି କିଛି ଘଟଣା ଘଟିଛି ଯାହା ବିଜେପି ଓ ମୋଦୀଙ୍କ ପ୍ରତି ଥରୁର ଢ଼ଳୁଥିବା ଖବରରେ ରହିଛି ।
କିଛି ଦିନ ତଳେ ବିଜେପି ନେତା ବୈଜୟନ୍ତ ପଣ୍ଡାଙ୍କ ସହ ବିମାନରେ ସେଲଫି ନେଇ ଚର୍ଚ୍ଚାରେ ରହିଥିଲେ ଶଶୀ । ପୂର୍ବାରୁ ପୀୟୁଷଙ୍କ ସହ ଫଟୋ ଉଠାଇ ସେ ବିଜେପି ଯାଉଥିବା କଥାରେ ଘିଅ ଢାଳିଥିଲେ । ଲଗାତାର ବିଜେପି ନେତୃବୃନ୍ଦଙ୍କୁ ଥରୁରଙ୍କ ପ୍ରଶଂସା କଂଗ୍ରେସ ଶିବିରକୁ ଯେତିକି ହଲଚଲ କରିଛି ସେତିକି ବିଜେପି ଶିବିରରେ ମୁଖ୍ୟ ପ୍ରସଙ୍ଗ ପାଲଟିଛି କହିଲେ ଭୁଲ ହେବନି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/03/31/gI8IjxhcoGlvk0et0DRF.jpg)