ଲକ୍ଷ୍ନୌ: ଲୋକସଭା ନିର୍ବାଚନ ୨୦୧୯ରେ ଉତ୍ତରପ୍ରଦେଶର ଆଉ ଏକ ଆସନରେ ରୋମାଂଚକର ମୁକାବିଲା ହେବାକୁ ଯାଉଛି। ନିକଟରେ କଂଗ୍ରେସରେ ସାମିଲ ହୋଇଥିବା ଅଭିନେତା ଶତ୍ରୁଘ୍ନ ସିହ୍ନାଙ୍କ ପତ୍ନୀ ପୁନମ ସିହ୍ନା ଲଖନଉ ଆସନରୁ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ରାଜନାଥ ସିଂହଙ୍କ ବିରୋଧରେ ନିର୍ବାଚନ ଲଢ଼ି ପାରନ୍ତି।
ବିଶ୍ୱସ୍ତ ସୂତ୍ରରୁ ଜାତୀୟ ଗଣମାଧ୍ୟମକୁ ମିଳିଥିବା ସୂଚନା ଅନୁସାରେ ପୁନମ ସିହ୍ନା ସମାଜବାଦୀ ପାର୍ଟିର ଟିକେଟରେ ନିର୍ବାଚନ ଲଢ଼ିବେ। ଅନ୍ୟପକ୍ଷରେ ଏହି ଆସନରେ କଂଗ୍ରେସ ନିଜର ଦଳୀୟ ଟିକେଟ କାହାରିକୁ ଦେଇ ନାହିଁ। ରାଜନାଥଙ୍କ ବିରୋଧରେ ପୁନମ ସିହ୍ନାଙ୍କୁ ଯୁଗ୍ମ ପ୍ରାର୍ଥୀ ଭାବେ ଛିଡା କରିବାକୁ ନିଷ୍ପତ୍ତି ନେଇଛି।
ଯଦି ଏହା ହୁଏ, ତା’ହେଲେ ରାଜନାଥ ଓ ପୁନମଙ୍କ ମଧ୍ୟରେ କଡା ଟକ୍କର ହୋଇପାରେ। କଂଗ୍ରେସର ଜଣେ ବରିଷ୍ଠ ନେତା କହିଛନ୍ତି, ଜତିନ ପ୍ରସାଦ ଲକ୍ଷ୍ନୌରୁ ନିର୍ବାଚନ ଲଢ଼ିବାକୁ ଚାହୁଁ ଥିଳେ। ମାତ୍ର ପରେ ସେ ନିର୍ବାଚନ ନ ଲଢ଼ିବାକୁ ଘୋଷଣା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/poonam-sinha-lucknow.jpg)