ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ଓ ତାର ଦୀର୍ଘ ଦିନ ସହଯୋଗୀ ଶିବସେନା ମଧ୍ୟରେ ମଧୁଚନ୍ଦ୍ରିକା ଶେଷ ହୋଇଛି। ଆଗାମୀ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଓ ୨୦୧୯ ଲୋକସଭା ନିର୍ବାଚନରେ ଶିବସେନା ଆଉ ବିଜେପି ସହିତ ମେଣ୍ଟ ନ କରି ଏକୁଟିଆ ନିର୍ବାଚନ ଲଢ଼ିବ ବୋଲି ନିଷ୍ପତ୍ତିି ନେଇଛି। ଆଜି ଶିବସେନା କାର୍ଯ୍ୟକାରିଣୀ ବୈଠକରେ ଶିବସେନା ମୁଖପାତ୍ର ସଞ୍ଜୟ ରାଉତ ଏ ନେଇ ଏକ ପ୍ରସ୍ତାବ ଦେବା ପରେ ଏ ନେଇ ସଙ୍କଳ୍ପ ସର୍ବସମ୍ମତି କ୍ରମେ ଗୃହିତ ହୋଇଛି।ଏତଦବ୍ୟତୀତ ଆଗାମୀ ବିଧାନସଭା ନିର୍ବାଚନରେ ଦଳ ୨୮୮ ଆସନରୁ ୧୫୦ଟି ଆସନ ଓ ୪୮ଟି ଲୋକସଭା ଆସନରୁ ୨୫ଟି ଜିଣିବ ବୋଲି ଆଜିର ଏହି କାର୍ଯ୍ୟକାରିଣୀ ବୈଠକରେ କୁହାଯାଇଛି।
ସୂଚନାଯୋଗ୍ୟ ଯେ ଗତ ଡିସେମ୍ବର ମାସରେ ଶ୍ରୀ ରାଉତ ବିଜେପି- ଶିବସେନା ସମ୍ପର୍କ ବିଚ୍ଛିନ୍ନ ହେବାକୁ ଯାଉଛି ବୋଲି ସୂଚନା ଦେଇଥିଲେ। ସେହିପରି ସେନାର ଯୁବ ସଙ୍ଗଠନର ମୁଖ୍ୟ ଆଦିତ୍ୟ ଠାକରେ ଗୋଟିଏ ବର୍ଷ ମଧ୍ୟରେ ମହାରାଷ୍ଟ ସରକାର ଠାରୁ ଅଲଗା ହୋଇଯିବ ବୋଲି ଘୋଷଣା କରିଥିଲେ। ଯଦିଓ ଶିବସେନା ମହାରାଷ୍ଟ୍ରରେ ଶିବସେନା ବିଜେପି ମେଣ୍ଟ ରହିଛି, ତଥାପି ଶିବସେନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀତିକୁ ସମାଲୋଚନା କରିବାରେ ପଛାଉ ନାହିଁ।
ଆଜିର ଶିବସେନାର ଏହି କାର୍ଯ୍ୟକାରିଣୀ ବୈଠକରେ ଦଳର ସଭାପତି ଓ ଅନ୍ୟ ପଦାଧିକାରୀଙ୍କ ନିର୍ବାଚନ ଅନୁଷ୍ଠିତ ହେବ। ଉଦ୍ଧବ ଠାକରେ ପୁଣି ଥରେ ସେନାର ଅଧ୍ୟକ୍ଷ ନିର୍ବାଚିତ ହେବା ପ୍ରାୟ ସ୍ଥିର ହୋଇ ସାରିଛି। ୨୦୧୩ ମସିହା ଜାନୁଆରି ୨୩ ତାରିଖରେ ଉଦ୍ଧବ ଠାକ୍ରେ ଦଳର ଅଧ୍ୟକ୍ଷ ନିର୍ବାଚିତ ହୋଇଥିଲେ। ଆଜି ପୁଣି ଦଳର ଅଧ୍ୟକ୍ଷଭାବେ ଶ୍ରୀ ଠାକେରେଙ୍କୁ ନିର୍ବାଚିତ କରାଯିବା କାର୍ଯ୍ୟକ୍ରମ ରହିଛିି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/Modi_Thakre.jpg)