ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ, ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହ ଓ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କୁ ଭାରତୀୟ ଜନତା ପାର୍ଟିରେ ନୂତନ ଦାୟିତ୍ୱ ମିଳିଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଗୁରୁବାର ଏହି ୩ ବରିଷ୍ଠ ନେତାଙ୍କୁ ଦଳର ଉପାଧ୍ୟକ୍ଷ ପଦରେ ନିଯୁକ୍ତି କରିଛନ୍ତି। ବିଜେପି ରାଷ୍ଟ୍ରୀୟ ମହାସଚିବ ଅରୁଣ ସିଂହ ଟୁଇଟର ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଗତ ମାସରେ ଶିବରାଜ, ରମଣ ଓ ବସୁନ୍ଧରା ବିଧାନସଭା ନିର୍ବାଚନରେ କଂଗ୍ରେସ ଠାରୁ ହାରିବା ପରେ ରାଜ୍ୟରେ କ୍ଷମତା ହରାଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ରାଜସ୍ଥାନରେ ବସୁନ୍ଧରା ରାଜେଙ୍କ ବ୍ୟତୀତ ୧୩ ବର୍ଷ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ପଦରେ ରହିଥିବା ଶିବରାଜ ସିଂହ ଚୌହାଣ ଓ ୧୫ ବର୍ଷ ଛତିଶଗଡ଼ରେ ମୁଖ୍ୟମନ୍ତ୍ରୀ ଥିବା ରମଣ ସିଂହ ଡିସେମ୍ବରରେ କ୍ଷମତା ହରାଇଥିଲେ। ଏବେ ଲୋକସଭା ନିର୍ବାଚନ ୨-୩ ମାସ ବାକି ଥିବା ବେଳେ ବିଜେପି ଏହି ୩ ନେତାଙ୍କୁ ଆଣିବାକୁ ଉଦ୍ୟମ କରୁଛି। ବିଜେପି ୩ ନେତାଙ୍କୁ ଦଳର ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି।