ଶ୍ରୀକାନ୍ତ ଜେନାଙ୍କ ଆକ୍ଷେପର ଜବାବ ଦେଲେ ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର: ଶ୍ରୀକାନ୍ତ ଜେନାଙ୍କ ବାୟନ ପରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଂଜନ ପଟ୍ଟନାୟକ ଜବାବ ଦେଇଛନ୍ତି। ନିରଂଜନ ପଟ୍ଟନାୟକ ରବିବାର କହିଛନ୍ତି, ଶ୍ରୀକାନ୍ତଙ୍କୁ ବହିଷ୍କାର କରାଯାଇଛି, ତେଣୁ ସେ ଏପରି କହୁଛନ୍ତି। ଶ୍ରୀକାନ୍ତ ଜଣେ ବରିଷ୍ଠ ନେତା ତାଙ୍କ ମୁହଁରୁ ଏଭଳି କଥା ଶୋଭାପାଉ ନାହିଁ। ସେ ଆଉ କେତେ ଦିନ ପୁରୁଣା ରେକର୍ଡ ବଜାଇବେ ବୋଲି ନିରଂଜନ କହିଛନ୍ତି। ଖଣିଚୋର କେଉଁ ଅଂଚଳରେ ଅଛନ୍ତି ଶ୍ରୀକାନ୍ତ କୁହନ୍ତୁ। ସାଧାରଣ ଜନତା ଏହାର ଜବାବ ଦେବେ।

ସୂଚନାଯୋଗ୍ୟ ଦଳ ବିରୋଧୀ କାର୍ଯ୍ୟରେ ସଂପୃକ୍ତି ଥିବା କାରଣରୁ ଶନିବାର ସନ୍ଧ୍ୟାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କୁ କଂଗ୍ରେସ ପାର୍ଟିର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରାଯିବା ପରେ ରବିବାର ପୂର୍ବାହ୍ନ ୧୧ଟାରେ ଏକ ସମ୍ବାଦିକ ସମ୍ମିଳନୀ କହିଥିଲେ ଯେ, କେନ୍ଦ୍ରରେ ରାହୁଲ ଗାନ୍ଧୀ ଦୁର୍ନୀତି ବିରୋଧରେ ଲଢ଼ିବାକୁ ସ୍ୱର ଉତ୍ତୋଳନ କରୁଥିବା ବେଳେ ଓଡ଼ିଶାର ଖଣି ମାଫିଆଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସେ କହିଥିଲେ, ଓଡ଼ିଶାରେ ଆଜି ୪୦ ଲକ୍ଷ ପିଲା ବେକାର। ଖଣିମାଫିଆମାନେ ୪୦ ବର୍ଷ ଧରି ଓଡ଼ିଶାକୁ ଲୁଟିଛନ୍ତି। ଯେଉଁ ବନ୍ଧୁମାନେ କଂଗ୍ରେସରେ ରହିବାକୁ ଚାହୁଁଛନ୍ତି, ସେମାନେ ରାହୁଲ ଗାାନ୍ଧୀଙ୍କ ଜୟଗାନ କରନ୍ତୁ ଓ ଓଡ଼ିଶାରେ ଗରିବୀ ରହୁ ବୋଲି କହୁନ୍ତୁ।

ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ଶ୍ରୀକାନ୍ତ କହିଥିଲେ, କଂଗ୍ରେସରେ ମୋର ରହିବାର ଯୋଗ୍ୟତା ନାହିଁ। କାରଣ ଖଣିଚୋର କରି ସମ୍ପତ୍ତି ବଢ଼ାଇବରେ ମୁଁ ବିଶ୍ୱାସ କରେ ନାହିଁ। ୪୦ ବର୍ଷର ରାଜନୈତିକ ଜୀବନରେ କୌଣସି ଦୁର୍ନୀତି ସହିତ ମୁଁ ସଂପୃକ୍ତ ରହି ନାହିଁ। ରାହୁଲ-ନବୀନ ମେଣ୍ଟ ବିରୋଧରେ ସଂଗ୍ରାମ କରିବି।

ଆଗାମୀ ୨୫ରେ ରାହୁଲ ଗାନ୍ଧୀ ଓଡ଼ିଶା ଆସିବେ ଏବଂ ସେଦିନ ସେ ଏପରି ଖୁଲାସା କରିବେ ଯାହା ଫଳରେ ରାହୁଲ ଭାରତବର୍ଷରେ ମୁହଁ ଦେଖାଇ ପାରିବେ ନାହିଁ।

ସମ୍ବନ୍ଧିତ ଖବର