ଭୁବନେଶ୍ବର: ପୁଣି ଶ୍ରୀମୟୀଙ୍କ ନିଶାନାରେ ବିଜେଡି । ଯଦିଓ ସିଧା ସିଧା ନାଁ ନେଇ ଶ୍ରୀମୟୀ ଟାର୍ଗେଟ୍ କରି ନାହାନ୍ତି ମାତ୍ର ଆଜି ବିଜେଡିର ବରିଷ୍ଠ ନେତା ଏବଂ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ସିନିଅର ସିଟିଜେନ୍ ସେଲ୍ ଉପସଭାପତି ପଦରୁ ଇସ୍ତଫା ଦେବା ପରେ ଏବଂ ବିଜେଡିକୁ ନେଇ ବିସ୍ଫୋରଣ କରିବା ପରେ ପୁଣି ବିଜେଡିକୁ ଘେରିବାକୁ ଶ୍ରୀମୟୀ ମାରିଛନ୍ତି ଶକ୍ତ ବାଣ । ଶବ୍ଦର ଶର ମାରିଛନ୍ତି ଶ୍ରୀମୟୀ। ଏଥର ବିଜେଡି ବିରୋଧରେ ବୁଲେଇ ବଙ୍କେଇ ‘ବିପ୍ଳବ- ବିଦ୍ରୋହ-ବିନାଶ’ର ବାଣ ମାରିଛନ୍ତି ।
/filters:format(webp)/sambad/media/media_files/2025/11/25/screenshot-2025-11-25-20-00-07.jpg)
ଆହୁରି ପଢନ୍ତୁ- Bjd Debasish Samantray Resigns ବିଜେଡିର ପଦ ଛାଡ଼ିଲେ ବରିଷ୍ଠ ନେତା ଏବଂ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ, ପରବର୍ତ୍ତୀ ଆଭିମୁଖ୍ୟ ଉପରେ ନଜର
ଦେବାଶିଷ ସାମନ୍ତରାୟଙ୍କ ପଦବୀ ଛାଡିବା ଏବଂ ବିଜେଡିକୁ ବ୍ୟୁରୋକ୍ରାଟିକ୍ ଦଳ ବୋଲି ଦେବାଶିଷ କହିବା କଥାକୁ ଶ୍ରୀମୟୀ ବିଦ୍ରୋହର ବହ୍ନି ବୋଲି ଲେଖିଛନ୍ତି- ବିପ୍ଳବର ବହ୍ନି, ବିଦ୍ରୋହର ଆରମ୍ଭ, ବିନାଶର ଶଙ୍ଖନାଦ… ତେବେ ଖାଲି ଏବେ ନୁହେଁ ଲଗାତାର କିଛି ଦିନ ଧରି ଶ୍ରୀମୟୀ ବିଜେଡିକୁ ନିଶାନା ପରେ ନିଶାନା କରି ଆସୁଛନ୍ତି । କେତେବେଳେ ବିଜେଡିର ଟିମ୍ ଭାଇରସ ତ ପୁଣଇ କେତେବେଳେ ତାମିଲ୍ ଚାଟୁକାର୍ ଉପଖ୍ୟାନ ବଖାଣି ନିଶାନା କରୁଛନ୍ତି ।
ଆହୁରି ପଢନ୍ତୁ- Reaction Bjd Bhupinder Singh ୨୦୨୪ ନିର୍ବାଚନ ସମୟରେ ବିଜୁ ବାବୁଙ୍କ ପୋଷ୍ଟର ଦେଖିବାକୁ ମିଳିଲା ନାହିଁ: ଭୂପିନ୍ଦର ସିଂହ
ନଭେମ୍ବର ୧୯ ତାରିଖରେ ବିଜୁ ବାବୁଙ୍କ ଫଟୋ ସହ ଏକ ପୋଷ୍ଟ କରିଥିଲେ ଶ୍ରୀମୟୀ । ଯେଉଁ କଥା ଆଜି ଦେବାଶିଷ କହିଛନ୍ତି ସେହି କଥା ପୂର୍ବରୁ କହିଥିଲେ ଶ୍ରୀମୟୀ । ଆଜି ଦେଶବାଶିଷ କହିଛନ୍ତି- ଯେଉଁମାନେ ବିଜୁ ବାବୁଙ୍କ ଅନୁଗାମୀ ଥିଲେ ସୋନେ ଆଜି ବିଜେଡିରେ ନାହାନ୍ତି। ବିଜେଡିକୁ ଏବେ ବ୍ୟୁରୋକ୍ରାଟମାନେ ଚଳାଉଥିବା କଥା ସମସ୍ତଙ୍କୁ ଜଣା। ଆଉ ଏହା ପୂର୍ବରୁ ଏକ ଲମ୍ବା ପୋଷ୍ଟ କରି ଶ୍ରୀମୟୀ କହିଥିଲେ-
"ଯେଉଁ ନେତାମାନେ ଦିନେ ବିଜୁ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ବୋଲି ଦାବି କରୁଥିଲେ, ଆଉ ବିଜୁବାବୁଙ୍କ ସମୟରୁ ରାଜନୀତି କରୁଛୁ ବୋଲି ଗର୍ବ କରୁଥିଲେ, ଆମମାନଙ୍କୁ ବିଜୁବାବୁଙ୍କ ଆଦର୍ଶର କଥା କହୁଥିଲେ ସେହି ଆଗଧାଡ଼ିର ନେତାମାନେ ଆଜି ନିରବ କାହିଁକି ? ବିଜୁବାବୁଙ୍କ ନାମରେ ଗଠିତ ରାଜନୀତିକ ଦଳରେ ରହି ନିଜ ସ୍ବାଭିମାନ ଓ ଆଦର୍ଶ ସହ ସାଲିସ୍ କ'ଣ ପାଇଁ ? ଏବେ ପୁଣି କେଉଁ ଭୟ ଘାରିଛି ? ଦଳର ଦୟନୀୟ ସ୍ଥିତି ପରେ ମଧ୍ୟ ସୁଧାରିବା ପାଇଁ ମୁହଁ ଖୋଲିବାକୁ ଡର କାହିଁକି ? କିଛି ନେତା ତ କେବଳ ମୁଣ୍ଡ ବିକ୍ରି କରି ଚୁପ୍ ରହିନାହାନ୍ତି ବରଂ ତାମିଲ ଆଦର୍ଶକୁ ସୁହାଇଲା ଭଳି ଆଚରଣ ବି କରୁଛନ୍ତି। ତାମିଲ ବୋହୂ ହାତରେ ଦଳକୁ ଟେକି ଦେବା ପାଇଁ ଏବେ ସଂଘବଦ୍ଧ ରଣନୀତି ଆରମ୍ଭ କରିଦେଇଛନ୍ତି। ୟେ କ’ଣ ଆପଣମାନଙ୍କର ବିଜୁ ଆଦର୍ଶ ?"
ନୂଆପଡ଼ା ନିର୍ବାଚନ ବେଳେ ବର୍ଷିଥିଲେ ଶ୍ରୀମୟୀ
ନୂଆପଡ଼ାରେ ବିଜେପିର ବିପୁଳ ବିଜୟ ଏବଂ ବିଜେଡିର ଶୋଚନୀୟ ପରାଜୟ ପରେ ବିଜେଡ଼ିକୁ ଘେରିଥିଲେ ଶ୍ରୀମୟୀ ମିଶ୍ର । ସ୍ନେହାଙ୍ଗିନୀଙ୍କୁ ମିଛେଇ କହି ମିଛ ମାମୁଘର କାହାଣୀ କହିଥିବାରୁ ଟାର୍ଗେଟ୍ କରିବା ସହ ପୁଣି ଭଣ୍ଡ ସନ୍ୟାସୀଙ୍କ ‘ଚକ୍ରାନ୍ତ’ କଥା ଦୋହରାଇଥିଲେ । ଶ୍ରୀମୟୀ ଲେଖିଥିଲେ...
ପ୍ରମାଣିତ ହେଲା ଭଣ୍ଡ ସନ୍ୟାସୀଙ୍କ ‘ଚକ୍ରାନ୍ତ’ । ନୂଆପଡ଼ା ଉପନିର୍ବାଚନକୁ ନେଇ ପୂର୍ବରୁ ଯାହା ଆଶଙ୍କା ଥିଲା, ତାହା ଏବେ ଓଡ଼ିଶାବାସୀଙ୍କ ଆଗରେ ସତ ପ୍ରମାଣିତ ହେଲା । ଷଡ଼ଯନ୍ତ୍ର, ଚକ୍ରାନ୍ତ ସବୁ ଜଳଜଳ ଦିଶିଲାଣି । ଅନାମବାବୁଙ୍କ ମାନମହତକୁ ପୁଣିଥରେ ତଳେ ପକାଇଲେ ଘରଜ୍ୱାଇଁ । ଯାହାଙ୍କୁ ନିଜ ମାଟିର ଲୋକେ ୩୦ହଜାର ଭୋଟ ବ୍ୟବଧାନରେ ପ୍ରତ୍ୟାଖ୍ୟାନ କରିଥିଲେ, ତାଙ୍କୁ ନୂଆପଡ଼ାରେ ପ୍ରାର୍ଥୀ ଭାବେ ଲଦି ଦେବା କାର୍ଯ୍ୟ କ’ଣ ସତରେ ଆମ ପ୍ରିୟ ନେତା ନବୀନବାବୁ କରିଥିଲେ? ଥରୁଟିଏ ତ ନିଜ ଅନ୍ତରାତ୍ମାକୁ ପଚାରି ପାରିଥାନ୍ତ ଯେ- ନୂଆପଡ଼ା ଅଂଚଳରେ କ’ଣ କେହି ଯୋଗ୍ୟ ନଥିଲେ? ନା ଭଣ୍ଡ ସନ୍ୟାସୀଙ୍କ ଚକ୍ରାନ୍ତକୁ କାର୍ଯ୍ୟକାରୀ କରିବାକୁ ତାଙ୍କ ଚାଟୁକାର ଗୋଷ୍ଠୀର ନେତାମାନେ ଫୁଲ୍ ଦମରେ ଲାଗି ପଡ଼ିଲେ । ଏତେ ବିପର୍ଯ୍ୟୟ ପରେ ବି ସେହି ତାମିଲ ବ୍ୟକ୍ତିର ‘ଘର ଭଙ୍ଗା’ ‘ବଂଶ ନିପାତ’ ଚାଲକୁ କ’ଣ ବୁଝିବାରେ ଆମ ରାଜ୍ୟର ନେତାମାନେ ଏତେ ଅକ୍ଷମ ? ଆମ ସମସ୍ତଙ୍କ ପ୍ରିୟ ନବୀନବାବୁ ଷଷ୍ଠ ଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥାନ୍ତେ ଓ ଦେଶର ସବୁଠୁ ଦୀର୍ଘକାଳୀନ ମୁଖ୍ୟମନ୍ତ୍ରୀ ହେବାର ଇତିହାସ ରଚିଥାନ୍ତେ, ତାଙ୍କୁ ଟିମ୍ ଭାଇରସ୍ (ଭଣ୍ଡ ସନ୍ୟାସୀଙ୍କ ଚାଟୁକାର ଗୋଷ୍ଠୀ) ଆଜି ଇତିହାସ ବନେଇ ଦେଲେ । ତାଙ୍କର ବାର୍ଦ୍ଧକ୍ୟଜନିତ ଶାରୀରିକ ସମସ୍ୟା ଜାଣି ମଧ୍ୟ ସୁଚିନ୍ତିତ ଢଙ୍ଗରେ ନୂଆପଡ଼ା ନିର୍ବାଚନ ପ୍ରଚାରକୁ ନେଇ ତାଙ୍କୁ ସର୍ବସାଧାରଣରେ ‘ସମବେଦନାର ପାତ୍ର’ କରାଇବାକୁ ବି ପଛାଇଲେ ନାହିଁ ।ଇତିହାସ ନିଶ୍ଚୟ, ଆପଣମାନଙ୍କୁ ଶ୍ରେଷ୍ଠ ଚାଟୁକାର ଓ ବିଜେଡି ବିପର୍ଯ୍ୟୟର ‘ସିଖି ମାନେଇ’ ଭାବେ ମନେରଖିବ । ଆଉ କେତେଦିନ ଏମିତି ମାନମହତକୁ ନିଲାମ କରିବେ ନିଜର ଟିକେଟ ଖଣ୍ଡେ ସୁରକ୍ଷିତ ରଖିବା ପାଇଁ ? ଧନ୍ୟରେ ତାମିଲ୍ ଭକ୍ତଗଣ, କେବେ ତ ବିବେକୀ ହୁଅ...
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/11/25/shreemayee-mishra-2025-11-25-19-59-14.jpg)