ଭୋପାଳ: ଆସନ୍ତା ୨୮ ତାରିଖରେ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ଶାଳକ କଂଗ୍ରେସରେ ଯୋଗ ‌ଦେଇଛନ୍ତି। ଏହି ଘଟଣାକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଛି। ଶିବରାଜଙ୍କ ପତ୍ନୀ ସାଧନା ସିଂହଙ୍କ ଭାଇ ସଂଜୟ ସିଂହ ଆଜି ରାଜ୍ୟ କଂଗ୍ରେସ ମୁଖ୍ୟ କମଲ ନାଥଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେବା ବିଜେପି ପାଇଁ ବଡ଼ ଝଟ୍‌କା ହୋଇଛି। ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ଟିକଟ ବଣ୍ଟନରେ ଅସନ୍ତୋଷ ପ୍ରକାଶ କରି ସଂଜୟ ସିଂହ କଂଗ୍ରେସରେ ଯୋଗ ଦେଇଛନ୍ତି। ଆଜି ସେ ଶିବରାଜଙ୍କ ବିରୋଧରେ ଯୁଦ୍ଧ ଘୋଷଣା କରିଛନ୍ତି। ଜନସାଧାରଣ ବିଜେପି ସରକାରକୁ ଓପାଡ଼ି ଫିଙ୍ଗି ଦେବେ ବୋଲି ସେ କହିଛନ୍ତି।