ଭୁବନେଶ୍ବର : ବିହାରରେ ନିର୍ବାଚନ କମିସନଙ୍କ ପକ୍ଷରୁ କରାଯାଉଥିବା ଭୋଟର ତାଲିକାର ଏସଆଇଆର ବା ସ୍ବତନ୍ତ୍ର ସଂଶୋଧନ ପ୍ରକ୍ରିୟାକୁ ନେଇ ସାରା ଦେଶରେ ଏବେ ଚର୍ଚ୍ଚା ଲାଗି ରହିଛି । ବିରୋଧୀ ଦଳମାନେ ଏହାକୁ ନେଇ ପ୍ରଶ୍ନ ଉଠାଉଥିବାବେଳେ ନିର୍ବାଚନ କମିସନ କହିଛନ୍ତି ଯେ ଖୁବଶୀଘ୍ର ଓଡ଼ିଶା ସମେତ ଅନ୍ୟ ରାଜ୍ୟମାନଙ୍କରେ ଏହି ପ୍ରକ୍ରିୟା ଆରମ୍ଭ ହେବ ।
ଓଡ଼ିଶାରେ ଖୁବଶୀଘ୍ର ଏସଆଇଆର ହେବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର.ଗୋପାଲନ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଏ ନେଇ ପ୍ରସ୍ତୁତି ଚାଲିଛି । ଓଡ଼ିଶାରେ ୨୩ ବର୍ଷ ପରେ ଏହି ପ୍ରକ୍ରିୟା ଆରମ୍ଭ ହେବ, ଯାହାକି ଶେଷଥର ପାଇଁ ୨୦୦୨ ମସିହାରେ ହୋଇଥିଲା । ଗୋପାଲନ କହିଛନ୍ତି ଯେ ଏହି ପ୍ରକ୍ରିୟା ପରେ ଚୂଡ଼ାନ୍ତ ଭୋଟ ତାଲିକା ଆସନ୍ତା ବର୍ଷ ଜାନୁଆରି ୭ ତାରିଖରେ ପ୍ରକାଶ ପାଇବ ।
ଓଡ଼ିଶାରେ ୨୩ ବର୍ଷ ପରେ ଏହି ପ୍ରକ୍ରିୟା ଆରମ୍ଭ ହେବ, ଯାହାକି ଶେଷଥର ପାଇଁ ୨୦୦୨ ମସିହାରେ ହୋଇଥିଲା । ଗୋପାଲନ କହିଛନ୍ତି ଯେ ଏହି ପ୍ରକ୍ରିୟା ପରେ ଚୂଡ଼ାନ୍ତ ଭୋଟ ତାଲିକା ଆସନ୍ତା ବର୍ଷ ଜାନୁଆରି ୭ ତାରିଖରେ ପ୍ରକାଶ ପାଇବ ।
ସେ ଆହୁରି ମଧ୍ୟ କହିଛନ୍ତି ବିଜେଡି, କଂଗ୍ରେସ ପରି ରାଜନୈତିକ ଦଳମାନଙ୍କ ଆପତ୍ତିର ସବିଶେଷ ଉତ୍ତର ଦୁଇଥର ପ୍ରଦାନ କରାଯାଇଛି । ରାଜନୈତିକ ଦଳମାନେ ଭିତ୍ତିହୀନ ଅଭିଯୋଗ କରି ନିର୍ବାଚନ କମିସନଙ୍କ ବିଶ୍ବସନୀୟତାକୁ ଦୁର୍ବଳ ନ କରିବାକୁ ସେ ନିବେଦନ କରିଛନ୍ତି । ସେ କହିଛନ୍ତି ଯେ ଓଡ଼ିଶାର ୭ ହଜାର ଏପିକ (ଭୋଟର ଫଟୋ ପରିଚୟପତ୍ର) ନମ୍ବର ଥିବା ଭୋଟର କାର୍ଡ ପରିବର୍ତ୍ତନ କରି ନୂଆ ଭୋଟର କାର୍ଡ ଦିଆଯାଇଛି । ଏଥିରୁ କେବଳ ୫ ହଜାର ଏପିକ ନମ୍ବର ବାଙ୍କୀରେ ଥିଲା । ସେ ସ୍ପଷ୍ଟ କରିଛନ୍ତି ଯେ କେବଳ ଏପିକ ନମ୍ବର ଥିବା ଭୋଟ ଦେବା ଲାଗି ଯଥେଷ୍ଟ ନୁହେଁ, ଏଥିପାଇଁ ଭୋଟର ପରିଚୟ ପତ୍ର ଥିବା ଆବଶ୍ୟକ ।