ବିଜେପିରେ ଯୋଗଦେଲେ ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦଙ୍କ ପୁଅ

ଭୁବନେଶ୍ୱର: ବିଜୁ ଜନତା ଦଳର ସାଂସଦ ପ୍ରଶାନ୍ତ ନନ୍ଦଙ୍କ ପୁଅ ଋଷଭ ନନ୍ଦ ଗୁରୁବାର ଭାରତୀୟ ଜନତା ପାର୍ଟିରେ ଯୋଗଦେଇଛନ୍ତି। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଋଷଭ ବିଜେପିରେ ସାମିଲ ହୋଇଛନ୍ତି। ଏହି ଅବସରରେ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପ-ସଭାପତି ବୈଜୟନ୍ତ ପଣ୍ଡା, ରାଜ୍ୟ ସଭାପତି ବସନ୍ତ ପଣ୍ଡା, ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ ପ୍ରମୁଖ ଋଷଭଙ୍କୁ ସ୍ୱାଗତ କରିଛନ୍ତି।

ରାଜ୍ୟସଭା ସାଂସଦ ତଥା  ରିଷଭ ବେଗୁନିଆରୁ ବିଜେଡି ଟିକେଟ ପାଇଁ ଆଶାବାଦୀ ଥିଲେ । ଏପରିକି ବେଗୁନିଆରେ ଲୋକସର୍ମ୍ପକ ବଢାଇବା ସହ ନିଜର ସଙ୍ଗଠନକୁ ସୁଦୃଢ କରିଥିଲେ ରିଷଭ । ତେବେ ଟିକେଟ ମିଳିବା ନେଇ ତାଙ୍କୁ ଦଳ ପକ୍ଷରୁ କୌଣସି ସଂକେତ ମିଳିନଥିବା ବେଳେ ନିଜର ରାଜନୈତିକ ଭବିଷ୍ୟତକୁ ଆଗକୁ ନେବା ପାଇଁ ପଦ୍ମ ଶିବିରକୁ ଏଣ୍ଟ୍ରି କରିଛନ୍ତି ରିଷଭ ।

ପୂର୍ବରୁ ପ୍ରଶାନ୍ତ ନନ୍ଦ ବେଗୁନିଆରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ତେବେ ୨୦୧୪ରେ ଦଳ ପ୍ରଶାନ୍ତ ଜଗଦେବଙ୍କୁ ଟିକେଟ ଦେଇଥିବା ବେଳେ ପ୍ରଶାନ୍ତ ନନ୍ଦଙ୍କୁ ରାଜ୍ୟସଭା ପଠାଇଥିଲା । ତେବେ ରିଷଭ ବିଜେପିରେ ଯୋଗ ଦେବା ପରେ ବେଗୁନିଆ ରାଜନୈତିକ ସମୀକରଣ କଣ ହେବ ତାହା ଉପରେ ସମସ୍ତଙ୍କର ନଜର ରହିଛି ।

ସମ୍ବନ୍ଧିତ ଖବର