ବିଜେପିରେ ଯୋଗ ଦେଲେ କଂଗ୍ରେସ ମୁଖପାତ୍ର ସୋନାଲି ସାହୁ

ଭୁୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୂର୍ବତନ ମୁଖ୍ୟମନ୍ତ୍ରୀ ଡ.ଗିରିଧର ଗମାଙ୍ଗୋଙ୍କ ଉପସ୍ଥିତିରେ କଂଗ୍ରେସ ନେତ୍ରୀ ସୋନାଲି ସାହୁ ଶୁକ୍ରବାର ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ସୋନାଲିଙ୍କୁ ରାଜ୍ୟ ଉପ ସଭାପତି ସମୀର ମହାନ୍ତି ସ୍ୱାଗତ ଜଣାଇଥିଲେ ।

କଂଗ୍ରେସ ଦଳରେ ଗଣତନ୍ତ୍ର ବୋଲି କିଛି ନାହିଁ । ରାଜ୍ୟରେ କଂଗ୍ରେସ ଓ ଶାସକ ବିଜେଡି ମଧ୍ୟରେ ସଲାସୁତୁରା ହୋଇଛି । ଅନ୍ୟ ପଟେ ବିଜେପି ହିଁ ଏକମାତ୍ର ବିକଳ୍ପ ଭାବେ ରାଜ୍ୟରେ ଶାସକ ବିଜେଡିକୁ ପ୍ରତିରୋଧ କରିପାରିବ ବୋଲି ଶ୍ରୀମତୀ ସାହୁ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ବିଜେପିର ମିଶ୍ରଣ ପର୍ବରେ ବରିଷ୍ଠ ନେତା ବିଭୁ ତରାଇ, ଯୁବମୋର୍ଚ୍ଚା ରାଜ୍ୟ ଟଙ୍କଧର ତ୍ରିପାଠୀ, ରାଜେନ୍ଦ୍ର ପଣ୍ଡା, ଶ୍ରୀତମ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର