ରାଜଧାନୀରୁ ଡାକରା: ଦିଲ୍ଲୀ ଯିବେ ରାଜ୍ୟ କଂଗ୍ରେସର ସମସ୍ତ ନେତା

ନୂଆଦିଲ୍ଲୀ: କଂଗ୍ରେସର କାର୍ଯ୍ୟକାରୀ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ରାଜ୍ୟ କଂଗ୍ରେସର ସମସ୍ତ ନେତାଙ୍କୁ ଦିଲ୍ଲୀ ଡକାଇଛନ୍ତି । ଆସନ୍ତା ୨୨ରେ ଦିଲ୍ଲୀରେ କଂଗ୍ରେସର ଏକ ବଡ଼ ବୈଠକ ବସିବ। ବୈଠକରେ ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ସମେତ ରାଜ୍ୟ କଂଗ୍ରେସର ବରିଷ୍ଠ ନେତା ଯୋଗ ଦେବେ। ବୈଠକରେ ଏଆଇସିସି ଅଧ୍ୟକ୍ଷ ଚୟନ ଓ ସାଂଗଠାନିକ ସ୍ତରରେ ବଡ଼ ଧରଣର ଅଦଳ ବଦଳ ନେଇ ଆଲୋଚନା ହେବାର ଚର୍ଚ୍ଚା ହେଉଛି। ସାଧାରଣ ର୍ନିବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ରାହୁଲ ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ଏହା ପରେ ପୁଣି ସୋନିଆ ଗାନ୍ଧୀଙ୍କୁ ଅଧ୍ୟକ୍ଷ ଭାବେ ଘୋଷଣା କରାଯାଇଛି।

ତେବେ ଦିଲ୍ଲୀ ଡାକରା ନେଇ କଂଗ୍ରେସର ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟ କହିଛନ୍ତି, ବୈଠକରେ ୨୦୨୪ ପାଇଁ ଆଗୁଆ ଭାବେ ବୈଠକରେ ପ୍ରସ୍ତୁତ ହେବ ରଣନୀତି। କେବଳ ରାଜ୍ୟ ନୁହେଁ, ସାରା ଭାରତର କଂଗ୍ରେସ ସାଂସଦ, ବିଧାୟକ, ପୂର୍ବତନ ସାଂସଦ, ମୁଖ୍ୟମନ୍ତ୍ରୀ , ବରିଷ୍ଠ ନେତା ତଥା କର୍ମକର୍ତ୍ତାମାନେ ଦିଲ୍ଲୀରେ ଏକତ୍ରିତ ହେବେ। ୨୦୨୪ ର୍ନିବାଚନ ବ୍ୟତୀତ ସଂଗଠନକୁ ମଜଭୁତ କରିବା ନେଇ ଅନେକ ଆଲୋଚନା ହେବ। ସଂଗଠନକୁ ସୁଦୃଢ଼ କରିବା ପାଇଁ ରାଜ୍ୟରୁ ପ୍ରାୟ ଦେଢ଼ ଶହରୁ ଅଧିକ କାର୍ଯ୍ୟକର୍ତ୍ତା ଦିଲ୍ଲୀ ଯିବେ ବୋଲି ସୂଚନା ଦେଇଛନ୍ତି ସୁର ରାଉତରାୟ।

The Hindu

ଅନ୍ୟପକ୍ଷେ ବରିଷ୍ଠ ନେତା ତାରା ପ୍ରସାଦ ବାହିନୀପତି ମଧ୍ୟ ଦିଲ୍ଲୀ ବୈଠକ ବିଷୟରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଦଳର ଗୋଡ଼ଟଣା ନୀତି ପାଇଁ କଂଗ୍ରେସ ହାରିଛି। ତେଣୁ ଆଗାମୀ ଦିନରେ ତୃଣମୂଳ ସ୍ତରରେ ଲୋକଙ୍କ ନିକଟତର ହେବାକୁ ଚେଷ୍ଟା କରିବ କଂଗ୍ରେସ। ଭବିଷ୍ୟତରେ କଂଗ୍ରେସର ପ୍ରଦର୍ଶନ ସୁଧାରିବା ପାଇଁ ବୈଠକ ହେବାକୁ ଯାଉଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର