ଭୁବନେଶ୍ୱର: ରାଜ୍ୟସଭା ସାଂସଦ ତଥା ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ବିପୁଳ ଭୋଟ୍ ବ୍ୟବଧାନରେ ଖଣ୍ଡପଡ଼ା ବିଧାନସଭା ଆସନରୁ ନିର୍ବାଚିତ ହୋଇଛନ୍ତି। ଶ୍ରୀ ପଟ୍ଟନାୟକ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପାଖାପାଖି ୮୧,୪୩୦ ଭୋଟ ବ୍ୟବଧାନରେ ପରାଜିତ କରିଛନ୍ତି। ଶ୍ରୀ ପଟ୍ଟନାୟକ ସମୁଦାୟ ୧,୦୦,୦୩୮ ଖଣ୍ଡ ଭୋଟ ପାଇଥିବା ବେଳେ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ସ୍ବାଧୀନ ପ୍ରାର୍ଥୀ ଦୁଷ୍ମନ୍ତ କୁମାର ସ୍ବାଇଁଙ୍କୁ ମାତ୍ର ୧୮,୬୦୮ ଖଣ୍ଡ ଭୋଟ ମିଳିଛି।
ଶ୍ରୀ ପଟ୍ଟନାୟକ ଗତବର୍ଷ ମାର୍ଚ ୭ ତାରିଖରେ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ ଏବଂ ତା’ପରେ ପରେ ଦଳ ପକ୍ଷରୁ ତାଙ୍କୁ ରାଜ୍ୟସଭାକୁ ପଠା ଯାଇଥିଲା। ସେ ମଧ୍ୟ ଦଳୀୟ ନିର୍ବାଚନ ଇସ୍ତାହାର କମିଟିର ସହ ଅଧ୍ୟକ୍ଷ ଥିଲେ। ପୂର୍ବରୁ ଶ୍ରୀ ପଟ୍ଟନାୟକ ଭୁବନେଶ୍ୱର ଲୋକସଭା ମଣ୍ଡଳୀରୁ ୧୯୯୬ ମସିହାରେ ନିର୍ବାଚିତ ହୋଇଥିଲେ।
୬୭ ବର୍ଷ ବୟସ୍କ ବନାରସ ହିନ୍ଦୁ ବିଶ୍ୱ ବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକତ୍ତୋର ଶିକ୍ଷା ହାସଲ କରିବା ପରେ ଅଧ୍ୟାପନା ଛାଡ଼ି ୧୯୮୪ ମସିହାରେ ‘ସମ୍ବାଦ’ ପ୍ରତିଷ୍ଠା କରିଥିଲେ। ‘ସମ୍ବାଦ’ର ବିଭିନ୍ନ ଅନୁଷ୍ଠାନ ସାଙ୍ଗକୁ ‘ଆମ ଓଡ଼ିଶା’ ନାମରେ ଏକ ସମାଜସେବା ସଂସ୍ଥା ଗଢ଼ିଥିଲେ। ‘ଆମ ଓଡ଼ିଶା’ ପକ୍ଷରୁ ଓଡ଼ିଆ ଭାଷା ସୁରକ୍ଷା ଓ ରକ୍ତଦାନ ଆନ୍ଦୋଳନ ଚାଲୁ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/Soumya-Pattnaik-Wins_Thumbnail.jpg)