କଂଗ୍ରେସକୁ ଝଟକା : ମଧ୍ୟପ୍ରଦେଶରେ କଂଗ୍ରେସକୁ ଛାଡ଼ି ମାୟାବତୀଙ୍କ ହାତ ଧରିବେ ଅଖିଳେଶ !

ନୂଆଦିଲ୍ଲୀ: ବହୁଜନ ସମାଜ ପାର୍ଟି ସୁପ୍ରିମୋ ମାୟାବତୀଙ୍କ ପରେ ଅଖିଳେଶ ଯାଦବ ମଧ୍ୟ କଂଗ୍ରେସକୁ ଝଟକା ଦେଇଛନ୍ତି। ଅଖିଳେଶ ଏବେ ମଧ୍ୟପ୍ରଦେଶରେ କଂଗ୍ରେସ ସହିତ ମେଣ୍ଟ କରିବା ନେଇ ସନ୍ଦେହ ପ୍ରକଟ କରିଛନ୍ତି। ସେ ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ଶନିବାର କହିଛନ୍ତି, କଂଗ୍ରେସକୁ ବହୁତ ସମୟ ଧରି ଅପେକ୍ଷା କରିଛି କିନ୍ତୁ ଏବେ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବହୁଜନ ସମାଜ ପାର୍ଟି ଓ ଗୋଣ୍ଡଓ୍ଵାନା ଗଣତନ୍ତ୍ର ପାର୍ଟି(ଜିଜିପି) ସହିତ କଥା କରିବାକୁ ପଡିବ।

ଅଖିଳେଶ ଯାଦବ କହିଛନ୍ତି, ମୁଁ କଂଗ୍ରେସର ବହୁ ଅପେକ୍ଷା କରିଛି। ଏମିତି ଆଉ କେତେ ଦିନ ପର୍ଯ୍ୟନ୍ତ ଅପେକ୍ଷା କରିବୁ। ସେ କହିଛନ୍ତି, ଏବେ ବିଏସପି ଓ ଜିଜିପି ସହିତ ଆଲୋଚନା କରିବା ପରେ ମେଣ୍ଟ ନେଇ ନିଷ୍ପତ୍ତି ହେବ। ଅଖିଳେଶ କହିଛନ୍ତି, ଆଗାମୀ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସକୁ ହୃଦୟ ବିଶାଳ କରିବାକୁ ହେବ। ପାର୍ଟି ଯଦି ଏଭଳି ବିଳମ୍ବ କରେ, ତା’ହେଲେ ଛୋଟ ପାର୍ଟି ରାଜ୍ୟରେ ନିଜର ପ୍ରାର୍ଥୀ ଘୋଷଣା କରିଦେବେ।

ସୂଚନାଯୋଗ୍ୟ ବିଏସପି ସୁପ୍ରିମୋ ମାୟାବତୀ କିଛି ଦିନ ତଳେ କହିଥିଲେ ଯେ, ମଧ୍ୟପ୍ରଦେଶରେ ନିର୍ବାଚନ ପାଇଁ ତାଙ୍କ ଦଳ କୌଣସି ପ୍ରକାରେ କଂଗ୍ରେସ ସହିତ ମେଣ୍ଟ କରିବ ନାହିଁ। ମାୟାବତୀ ଛତିଶଗଡ଼ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କ ଦଳ ସହିତ ମେଣ୍ଟ କରିଥିବା ବେଳେ ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ଏକାକୀ ନିର୍ବାଚନ ଲଢ଼ିବ।

ସମ୍ବନ୍ଧିତ ଖବର