ଏସ୍‌-ପି-ବିଏସପି ମେଣ୍ଟରେ ରାଷ୍ଟ୍ରୀୟ ଲୋକ ଦଳ ସାମିଲ୍‌

0

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଏସ୍‌-ପି-ବିଏସପି ମେଣ୍ଟରେ ରାଷ୍ଟ୍ରୀୟ ଲୋକ ଦଳ (ଆରଏଲଡି) କୁ ସାମିଲ କରାଯିବା ନେଇ ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଆର୍‌ଏଲ ଡି ଏବେ ଏସ୍‌ପିର ସହଯୋଗୀ ଦଳ। ଅଖିଳେଶ ଯାଦବ କହିଛନ୍ତି ପାର୍ଟିର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଆଜି ପାର୍ଟି ମୁଖ୍ୟାଳୟରେ ବିଧାନମଣ୍ଡଳ ଦଳର ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରଦେଶ ଅଧ୍ୟକ୍ଷ ନରେଶ ଉତ୍ତମ ପଟେଲ ପ୍ରସ୍ତାବ ଉପସ୍ଥାପିତ କରିଥିଲେ। ଏଥର ମେଣ୍ଟରେ ବହୁଜନ ସମାଜ ପାର୍ଟି (ବିଏସପି) ଓ ଆରଏଲଡିର ସ୍ୱାଗତ କରାଯାଇଥିଲା।

ବୈଠକରେ ଭାରତୀୟ ଜନତା ପାର୍ଟି ସରକାର ସିବିଆଇର ରାଜନୀତିକରଣ,ବିରୋଧୀ ମାନଙ୍କ ପ୍ରତି ଅଗଣତାନ୍ତ୍ରିକ ମନୋଭାବ ପୋଷଣ କରିବାକୁ ନେଇ ତୀବ୍ର ସମାଲୋଚନା କରାଯାଇଥିଲା। ସମାଜବାଦୀ ପାର୍ଟି ନିଜ କୋଟାରୁ ଗୋଟିଏ ବା ଦୁଇଟି ଆସନ ଆରଏଲଡିକୁ ଦେବ ବୋଲି ଜଣାଯାଇଛି। ଖୁବ୍‌ ଶୀଘ୍ର ଏ ସଂପର୍କରେ ଦଳ ନିଷ୍ପତ୍ତି ନେବ ବୋଲି କୁହାଯାଉଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

ସମ୍ବନ୍ଧିତ ଖବର

Leave A Reply

Your email address will not be published.