କାନପୁର: ଉତ୍ତରପ୍ରଦେଶ କାନପୁରର ବେଗମପୁରୱାରୁ ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ସମାଜବାଦୀ ପାର୍ଟି ପ୍ରାର୍ଥୀ ଅକିଲ ସାନୁ ଜିତିବା ପରେ ଭେଁଭେଁ ହୋଇ କାନ୍ଦୁଛନ୍ତି । ନଗର ନିଗମ ନିର୍ବାଚନ ଜିତିବା ପରେ ଅକିଲ କହିଛନ୍ତି ଯେ ସେ ଗତ ୧୫ବର୍ଷ ଧରି ଜିତିବାକୁ ଚେଷ୍ଟା ଜାରି ରଖିଥିଲେ, କିନ୍ତୁ ସେ ସଫଳତା ଏବେ ପାଇଛନ୍ତି । ଏହି ଖୁସିର ମୁହୂର୍ତ୍ତରେ ସେ ନିଜକୁ ରୋକି ପାରି ନଥିଲେ। ତାଙ୍କର ଆନନ୍ଦାଶ୍ରୁ ବୋହି ଯାଇଥିଲା।
ସୂଚନାନୁଯାୟୀ, ଅକିଲ ସାନୁ ବେଗମପୁରୱାରୁ ସପା ପ୍ରାର୍ଥୀ ଭାବରେ ନିର୍ବାଚିତ ହୋଇଛନ୍ତି । ସେ ଦୀର୍ଘ ଦିନ ଧରି ଜିତିବାକୁ ଚେଷ୍ଟା କରୁଥିଲେ କିନ୍ତୁ ସେଥିରେ ସଫଳତା ପାଇ ନଥିଲେ । ଭୋଟ୍ ଗଣିବା ପରେ ଯେତେବେଳେ ସେ ଜିତିଥିବା ଖବର ପାଇଥିଲେ ପ୍ରଥମେ ସେ ଏହାକୁ ବିଶ୍ୱାସ କରିପାରିନ ଥିଲେ। ପରେ ଜୋରରେ କାନ୍ଦିବା ଆରମ୍ଭ କରିଥିଲେ । ଅକିଲ ସାନୁ ୱାର୍ଡ ୧୦୨ରୁ ଏହି ନିର୍ବାଚନରେ ଜିତିଛନ୍ତି । କୁହାଯାଉଛି ଯେ, ଅକିଲ ଗତ ୧୫ ବର୍ଷ ଧରି ନିର୍ବାଚନରେ ଜିତିବା ପାଇଁ ସଂଘର୍ଷ କରୁଥିଲେ । ଘଟଣାସ୍ଥଳରେ ଉପସ୍ଥିତ ଥିବା ବ୍ୟକ୍ତି ଏହି ଘଟଣାର ଏକ ଭିଡିଓ ତିଆରି କରିଥିଲେ । ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
समाजवादी अकील शानू को तो भरोसा ही नहीं था में जीत जाऊंगा 🤣 pic.twitter.com/V6KVWAQW4h
— HELL WALA🌾🚜 (@hellwala) May 13, 2023
ନିର୍ବାଚନରେ ଜିତିବା ପରେ ସପା ପ୍ରାର୍ଥୀ ଅକିଲ ସାନୁ କହିଛନ୍ତି ଯେ ଅଧିକ ଟଙ୍କା ଥିବା ପ୍ରାର୍ଥୀମାନେ ମୋ ବିରୋଧରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ଏଥର ମୁଁ ଜିତିଲି, ତେଣୁ ମୁଁ ଏହାକୁ ବିଶ୍ୱାସ କରିପାରିଲି ନାହିଁ ଏବଂ ମୁଁ କାନ୍ଦି ପକାଇଲି । ବହୁ ସଂଘର୍ଷ ପରେ ଏହି ନିର୍ବାଚନ ଜିତିଥିବାରୁ ମୁଁ ବହୁତ ଖୁସି ଅଛି ।