ମୁମ୍ବାଇ: ଜମ୍ମୁ-କଶ୍ମୀର ପୁଲଓ୍ଵାମାଠାରେ ଗତ ଫେବ୍ରୁଆରି ୧୪ ତାରିଖରେ ହୋଇଥିବା ପୁଲଓ୍ଵାମା ଆକ୍ରମଣ ଉପରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ସମାଜବାଦୀ ପାର୍ଟିର ମହାସଚିବ ରାମ ଗୋପାଳ ଯାଦବଙ୍କ। ସପାର ଏହି ବରିଷ୍ଠ ନେତା ପୁଲଓ୍ଵାମା ଆକ୍ରମଣ ଉପରେ ନିଜ ମତ ରଖି କହିଛନ୍ତି କି ଭୋଟ ପାଇଁ ଯବାନମାନଙ୍କୁ ମାରି ଦିଆଯାଇଛି।
ହୋଲି ମିଲନ ସମାରୋହରେ ସପା ଅଧ୍ୟକ୍ଷ ଅଖିଲେଶ ଯାଦବ ଓ ସପା ସଂରକ୍ଷକ ମୁଲାୟମ ସିଂହ ଯାଦବଙ୍କ ଉପସ୍ଥିତରେ ରାମ ଗୋପାଲ କହିଛନ୍ତି ଯେ ‘ପାରାମିଲିଟାରି ଫୋର୍ସ ସରକାରଙ୍କ ଉପରେ ଅସନ୍ତୁଷ୍ଟ। ଭୋଟ ପାଇଁ ଯବାନଙ୍କୁ ମାରି ଦିଆଗଲା। ଜମ୍ମୁ ଓ ଶ୍ରୀନଗର ମଧ୍ୟରେ ଚେକିଂ ହେଉନଥିଲା। ସାଧାରଣ ବସ୍ରେ ଯବାନଙ୍କୁ ପଠାଇ ଦିଆଯାଇ ଥିଲା। ଏହା ଏକ ସାଲିସ୍ ଥିଲା। ଏହା ଉପରେ ଏବେ କିଛି କହିବାକୁ ଚାହୁଁନି। ମାତ୍ର ଯେବେ ସରକାର ବଦଳିବ ଏହା ଉପରେ ଯାଞ୍ଚ୍ ହେବ ଓ ବଡ଼ ବଡ଼ ଲୋକ ଫସିବେ।’ ନିର୍ବାଚନ ମଧ୍ୟରେ ବରିଷ୍ଠ ନେତାଙ୍କର ଏପରି ବୟାନ ରାଜନୈତିକ ମାହଲକୁ ଦୋହଲାଇ ଦେଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/03/21_03_2019-ram-gopal-yadav_19062527.jpg)