ୟୁପିରେ ସରକାରୀ ବଙ୍ଗଳା ନେଇ ନାଟକ: ଅଖିଳେଶ କହିଲେ, ଘର କରିପାରିଲିନି, ଭଡ଼ାରେ ଫ୍ଲାଟ ଖୋଜୁଛି

ଲକ୍ଷ୍ନୌ: ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କୁ ଆଜୀବନ ସରକାରୀ ନିବାସ ଦେବା ଆଇନ୍‌କୁ ସୁପ୍ରିମକୋର୍ଟ ନିରାଶ କରିଦେଇଛନ୍ତି। ଏହା ସତ୍ତ୍ୱେ ମଧ୍ୟ ଅଖିଳେଶ ନିଜର ବିଶାଳ ବଙ୍ଗଳାରେ ରହିବା ମୋହ ତ୍ୟାଗ କରି ନାହାନ୍ତି। ସମାଜବାଦୀ ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ବଙ୍ଗଳା ଛାଡ଼ିବା ନେଇ ମଙ୍ଗଳବାର ବୟାନ ଦେଇଛନ୍ତି। ସେ କହିଛନ୍ତି, ମୁଁ ବଙ୍ଗଳା ଖାଲି କରିବା ପାଇଁ ସରକାରଙ୍କୁ ସମୟ ମାଗିଛି। କାରଣ ଏହାରି ଭିତରେ ଫ୍ଲାଟ ଖୋଜି ପାରିବି ଅଥବା ଘର ତିଆରି କରି ପାରିବି।

ଅସଲ ପ୍ରସଙ୍ଗ ହେଲା ଯେ, ସୁପ୍ରିମକୋର୍ଟ ଗତ ମେ ୭ରେ ଉତ୍ତରପ୍ରଦେଶ ସରକାରଙ୍କ ଏହି ବ୍ୟବସ୍ଥାକୁ ଶେଷ କରି ଦେଇଥିଲେ। ଆଗରୁ ଉତ୍ତରପ୍ରଦେଶରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଆଜୀବନ ବଙ୍ଗଳା ଦେବାର ବ୍ୟବସ୍ଥା ଥିଲା। ଉତ୍ତରପ୍ରଦେଶ ସରକାର ଉତ୍ତରପ୍ରଦେଶ ମନ୍ତ୍ରୀ(ଦରମା, ଭତ୍ତା ଓ ଅନ୍ୟ ନିୟମ) ଆକ୍ଟ, ୧୯୮୧ର ବ୍ୟବସ୍ଥାକୁ ଶେଷ କରିଥିଲେ। ସୁପ୍ରିମକୋର୍ଟରେ ୨ଜଣିଆ ଜଜଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ। ଜଷ୍ଟିସ ରଞ୍ଜନ ଗୋଗୋଇ ଓ ଆର. ଭାନୁମତୀ ମାମଲାର ଶୁଣାଣି କରିଥିଲେ। ଶୁଣାଣି ପରେ ଜଷ୍ଟିସ ନିଜର ରାୟରେ ଲେଖିଥିଲେ, ମୁଖ୍ୟମନ୍ତ୍ରୀ ମଧ୍ୟ ସାଧାରଣ ନାଗରିକ ଅଟନ୍ତି।

ସୁପ୍ରିମକୋର୍ଟଙ୍କ ଆଦେଶ ପରେ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହ, ରାଜସ୍ଥାନର ରାଜ୍ୟପାଳ କଲ୍ୟାଣ ସିଂହ, ସମାଜବାଦୀ ନେତା ମୁଲାୟମ ସିଂହ ଯାଦବ ଓ ଅଖିଳେଶ ଯାଦବ, କଂଗ୍ରେସର ବରିଷ୍ଠ ନେତା ନାରାୟଣ ଦତ୍ତ ତିଓ୍ଵାରୀ ଓ ବହୁ ଜନ ସମାଜ ପାର୍ଟି ସୁପ୍ରିମୋ ମାୟାବତୀଙ୍କୁ ନୋଟିସ୍‌ ପଠାଯାଇଛି।

ସମ୍ବନ୍ଧିତ ଖବର