ଜୟପୁର: ସଚିନ୍ ପାଇଲଟ୍ ଏବଂ ତାଙ୍କ ସମର୍ଥକ ବିଧାୟକମାନଙ୍କୁ ଆଶ୍ବସ୍ତି ଦେଇ ଥିବା ରାଜସ୍ଥାନ ହାଇକୋର୍ଟଙ୍କ ରାୟ ବିରୋଧରେ ବିଧାନସଭାର ବାଚସ୍ପତି ସିପି ଯୋଶୀ ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ କରିବେ ବୋଲି କହିଛନ୍ତି।
ମଙ୍ଗଳବାର ଦିନ ରାଜସ୍ଥାନ ହାଇକୋର୍ଟ କହିଥିଲେ ଯେ, ସଚିନ ପାଇଲଟ୍ଙ୍କ ନେତୃତ୍ବରେ ଥିବା ୧୯ଜଣ ବିଧାୟକଙ୍କ ପ୍ରତି ଜାରି ହୋଇଥିବା ଅଯୋଗ୍ୟ ନୋଟିସ୍ ଉପରେ ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ବାଚସ୍ପତି କୌଣସି ନିଷ୍ପତ୍ତି ଗ୍ରହଣ ନ କରନ୍ତୁ। ଏହି ମାମଲା ଉପରେ ଶୁକ୍ରବାର ଦିନ ବିଚାରପତିମାନେ ରାୟ ଶୁଣାଇବେ ବୋଲି ଆଶା କରାଯାଉଛି।
/sambad/media/post_attachments/wp-content/uploads/2020/07/joshi-300x230.jpg) Image Courtesy of The Times of India
 Image Courtesy of The Times of Indiaସୁପ୍ରିମ୍ କୋର୍ଟଙ୍କ ଦ୍ବାରସ୍ଥ ହେବା ନିଷ୍ପତ୍ତି କଥା ସିପି ଯୋଶୀ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ସାମ୍ବାଦିକମାନଙ୍କୁ ସେ କହିଲେ ଯେ, ସେମାନେ ସାମ୍ବିଧାନିକ ସଙ୍କଟ ଆଡ଼କୁ ଗତି କରୁଛନ୍ତି।
ଯୋଶୀ ଗୁରୁତ୍ବାରୋପ କରି କହିଲେ ଯେ, ବିଧାନସଭା ବାଚସ୍ପତି ତାଙ୍କର ରାୟ ଶୁଣାଇବା ଆଗରୁ ନ୍ୟାୟପାଳିକା ହସ୍ତକ୍ଷେପ କରି ପାରିବେ ନାହିଁ। ଏ ସମ୍ବନ୍ଧରେ ସୁପ୍ରିମ୍ କୋର୍ଟ ପୂର୍ବରୁ ଏକାଧିକ ରାୟ ଶୁଣାଇ କହିଛନ୍ତି। ମୁଁ ମୁକାବିଲା କରିବାକୁ ଚାହୁଁନି। ବିଚାରପତିମାନଙ୍କୁ ମୁଁ ମର୍ଯ୍ୟାଦା ଦିଏ… କିନ୍ତୁ, ସେମାନଙ୍କର ଭୂମିକା ସ୍ପଷ୍ଟ କରାଯାଇଛି।
କାରଣ ଦର୍ଶାଅ ନୋଟି ଜାରି କରିବାକୁ ବାଚସ୍ପତିଙ୍କର ପୂର୍ଣ୍ଣ କ୍ଷମତା ରହିଛି। ତେଣୁ, ସୁପ୍ରିମ୍ କୋର୍ଟରେ ଏସ୍ଏଲ୍ପି ଫାଇଲ୍ କରିବାକୁ ମୁଁ ମୋର ଓକିଲଙ୍କୁ କହିଛି। ହାଇକୋର୍ଟଙ୍କ ରାୟ ଶୁଣି ମୁଁ ବିସ୍ମିତ ବୋଲି ଯୋଶୀ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/sc-1.jpg)
