କେନ୍ଦ୍ରାପଡ଼ା: ବିଜୁ ଜନତା ଦଳ ପକ୍ଷରୁ କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ବିଧାନସଭା ନିର୍ବାଚନ ମଣ୍ଡଳୀର ଜୁଆଣିଆ ଠାରେ ରବିବାର ମିଶ୍ରଣ ପର୍ବ ଚାଲିଥିବା ବେଳେ ମଂଚ ଭାଙ୍ଗିଯାଇଛି। ମିଶ୍ରଣ ପର୍ବକୁ ନେଇ ଶତାଧିକ ନେତା ଓ କର୍ମୀ ଖୁସି ଥିବା ବେଳେ ମଂଚ ଭାଙ୍ଗି ଯାଇଥିଲା। ଘଟଣା ସମୟରେ ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତି ଓ ପ୍ରତାପ ଦେବ ମଂଚାସୀନ ଥିଲେ। ମାତ୍ର ଖୁସିର କଥା ଯେ, ବିଜେଡିର ଏହି ୨ ଷ୍ଟାର ନେତାଙ୍କର କୌଣସି ଅସୁବିଧା ହୋଇ ନାହିଁ।

Advertisment

ଅଭିନେତାରୁ ରାଜନେତା ପାଲଟି ଥିବା ରାଜ୍ୟସଭା ସାଂସଦ ଚଳିତ ଲୋକସଭା ନିର୍ବାଚନରେ କେନ୍ଦ୍ରାପଡ଼ା ଆସନରୁ ବଜେଡି ଟିକେଟରେ ଅବତୀର୍ଣ୍ଣ ହୋଇଥିବା ବେଳେ ୨୦୧୪ ନିର୍ବାଚନରେ ପରାଜିତ ହୋଇଥିବା ପ୍ରତାପ ଦେବ ଆଳି ଆସନରୁ ଲଢ଼ିବେ।

ଅନୁଭବ ମହାନ୍ତି ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଏବଂ କଂଗ୍ରେସ ପ୍ରାର୍ଥୀ ଧରଣୀଧର ନାୟକଙ୍କୁ ମୁକାବିଲା କରିବେ। ସେହିପରି ପ୍ରତାପ ଦେବଙ୍କୁ କଂଗ୍ରେସ ପ୍ରାର୍ଥୀ ଦେବେନ୍ଦ୍ର ନାଥ ଶର୍ମା ଓ ବିଜେପି ପ୍ରାର୍ଥୀ ଦଳଗୋବିନ୍ଦ ନାଏକଙ୍କୁ ସାମ୍ନା କରିବାକୁ ହେବ।