ବରଗଡ଼/ବିଜେପୁର : ପ୍ରଚାର ଅଭିଯାନକୁ ଆକର୍ଷଣୀୟ ଏବଂ ଜୋରଦାର କରିବା ପାଇଁ ବିଜେଡି ଯଥାସମ୍ଭବ ପ୍ରୟାସ ଜାରି ରଖିଛି। ଲୋକପ୍ରିୟ ସିନେ ତାରକା ସିଦ୍ଧାନ୍ତ ମହାପାତ୍ର, ଅନୁଭବ ମହାନ୍ତି, କୁନା ତ୍ରିପାଠୀ ଶୁକ୍ରବାର ଜୋରସୋର ପ୍ରଚାର କରିଛନ୍ତି। ଷ୍ଟାର ଅଭିନେତା ତଥା ସାଂସଦ ସିଦ୍ଧାନ୍ତ ମହାପାତ୍ରଙ୍କୁ ମଧ୍ୟ ବିଜୁ ଜନତା ଦଳ ବିଜେପୁର ଉପ ନିର୍ବାଚନ ପ୍ରଚାର ଦାୟିତ୍ୱ ଅର୍ପଣ କରିଛି। ସିଦ୍ଧାନ୍ତ ବିଜେପୁର ବ୍ଲକର ବିଭିନ୍ନ ଗାଁରେ ରୋଡ ସୋ’ କରି ରୀତା ସାହୁଙ୍କୁ ବିଜୟୀ କରାଇବା ପାଇଁ ଭୋଟରଙ୍କୁ ନିବେଦନ କରିଛନ୍ତି। ପଡ଼ା, ରେଙ୍ଗାଲି, ପି.ଗଣ୍ଡପାଲି, ଭୋଇପାଲି, ବାଞ୍ଜିଡୁଙ୍ଗରି, ମାଝିପାଲି ଆଦି ସ୍ଥାନରେ ସିଦ୍ଧାନ୍ତ ରୋଡ୍‌ ସୋ’ କରିଥିଲେ। ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ, ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ, ପ୍ରଣବ ପ୍ରକାଶ ଦାସ, ଚିନ୍ମୟ ସାହୁ, ସତ୍ୟବ୍ରତ ମହାନ୍ତି, ଡୁଲୁ ରାଉତ, ଶ୍ରୀମୟୀ ମିଶ୍ର, ପ୍ରାର୍ଥୀ ରୀତା ସାହୁ, ନିବେଦିତା ନାଏକ ପ୍ରମୁଖ ପ୍ରଚାରରେ ସାମିଲ ଥିଲେ।

Advertisment

ବରପାଲି ବ୍ଲକ ପାଟକୁଣ୍ଡଲା, କାଇଁସିର, ତୁଲଣ୍ଡି, ଗୋପେଇପାଲି ଓ ବନ୍ଧପାଲି ଆଦି ପଂଚାୟତର ଗାଁଗୁଡ଼ିକରେ ସିନେ ତାରକା ତଥା ସାଂସଦ ଅନୁଭବ ମହାନ୍ତିଙ୍କ ରୋଡ୍‌ ସୋ’ ଦେଖିବାକୁ ଭିଡ଼ ଜମିଥିଲା। ମନ୍ତ୍ରୀ ସ୍ନେହାଗିଂନୀ ଛୁରିଆ, ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସାଂସଦ ପ୍ରଭାସ ସିଂହ, ପୂର୍ବତନ ମନ୍ତ୍ରୀ ସଂଜୟ ଦାସ ବର୍ମା, ପ୍ରଭାତାଦିତ୍ୟ ମିଶ୍ର, ସୌଭାଗ୍ୟ ରଂଜନ ନାୟକ, ପ୍ରଫୁଲ୍ଲ ନାୟକ, ହରିଶଙ୍କର ବେହେରା, ରାଣାପ୍ରତାପ ପାତ୍ର, କୁଞ୍ଜବିହାରୀ ଦାସ ପ୍ରମୁଖଙ୍କ ଉପସ୍ଥିତିରେ ବିଜେଡି ପ୍ରଚାର ଅଭିଯାନ ଚଳାଇଥିଲା। ଏହି ଅବସରରେ ଘରକୁ ଘର ପ୍ରଚାର ଚାଲିଥିଲା। ନିଧି ସାମଲ, ଅର୍ଜୁନ ତ୍ରିପାଠୀ, ପ୍ରଶାନ୍ତ ଜେନା, ସୁଶାନ୍ତ ବେହେରା, ଶରଦ ଅଦାବର, ନିତ୍ୟାନନ୍ଦ ଭୋଇ, ସମିର ସିଂ, କୈଲାଶ ପରିଡ଼ା, ପ୍ରଦୀପ ବିଶୋଇ ଅଭିଯାନରେ ସାମିଲ ଥିଲେ।

ବିଜେଡି ନିଜ ହେଭିେଓ୍ଵଟ୍‌ ନେତା ସାଂସଦ ପ୍ରସନ୍ନ ଆଚାଯ୍ୟର୍ଙ୍କୁ ଗାଇସିଲାଟ୍‌ରେ ସକ୍ରିୟ କରିଛି। ଶ୍ରୀ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଅଭିନେତା କୁନା ତ୍ରିପାଠୀ ଗାଇସିଲେଟ ବ୍ଲକରେ ପ୍ରଚାର ଅଭିଯାନ ତ୍ୱରାନ୍ଵିତ କରିଛନ୍ତି। ରୀତାଙ୍କ ବିଜୟକୁ ସୁନିଶ୍ଚିତ କରିବାକୁ ସେମାନେ ଭୋଟରଙ୍କୁ ଆହ୍ଵାନ କରିଥିଲେ। କଣ୍ଟାବାହାଲ, ଡଙ୍ଗରମୁଣ୍ଡା, ପରମାନନ୍ଦପୁର, କେନ୍ଦୁମାଲ, କୁଲ୍‌ହାରି ଆଦି ଗ୍ରାମରେ ଦୁହେଁ ପଥ ପ୍ରାନ୍ତ ସଭାରେ ଉଦ୍‌ବୋଧନ ଦେଇଥିଲେ। ପୂର୍ବତନ ବିଧାୟକ ରାଜେନ୍ଦ୍ର ଢୋଲକିଆ, ରାଜେନ୍ଦ୍ର ସାହୁ, ବ୍ଲକ ସଭାପତି ମନୋଜ ପଣ୍ଡା, ନାରଦ ବରିହା ପ୍ରମୁଖ ଉପସ୍ଥିତ ଥିଲେ।

publive-image

ସେହିପରି ବରପାଲି ଓ୍ଵାର୍ଡ ନମ୍ବର-୩ରେ ବିଜେଡି ନିର୍ବାଚନୀ ପ୍ରଚାରକୁ ଜୋରଦାର କରିଛି। ଜଗନ୍ନାଥ ନଗର ଅଂଚଳରେ ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ସିନେ ତାରକା ଆକାଶ ଦାଶ ନାୟକ, ମୁନ୍ନା ଖାଁ, ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ଏନଏସି ଉପାଧ୍ୟକ୍ଷ ପ୍ରଦ୍ୟୁମ୍ନ ତ୍ରିପାଠୀ, ଲାଲ ବିକ୍ରମ ସିଂ ପ୍ରମୁଖ କର୍ମୀଙ୍କୁ ନେଇ ପ୍ରଚାରରେ ବାହରିଥିଲେ। ସ୍ଥାନୀୟ ବିଜେଡି ନେତା ମୁକୁନ୍ଦ ମହତ୍ତମ, ସୁଶାନ୍ତ ଗହିର, ରଂଜୁ ଛତ୍ରିଆ, ଅବଧୁତ ଖମାରୀ, ଅଜିତ ପଧାନ, ସମୀର ପଣ୍ଡା ଓ ବଚ୍ଚନ ମେହେର ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

ଗାଇସିଲେଟ ବ୍ଲକ ଫିରିଙ୍ଗିମାଲର ଯତିିନ୍ଦ୍ର ସାହୁଙ୍କ ନେତୃତ୍ୱରେ କଠଉମାଲ ପଂଚାୟତର ବହୁ ବିଜେପି କର୍ମୀ ବିଜେଡିରେ ଯୋଗ ଦେଇଛନ୍ତି। ରାଜ୍ୟ ସଧାରଣ ସଂପାଦକ ପ୍ରଶାନ୍ତ ନନ୍ଦ, ବିଧାୟକ ସମୀର ଦାଶ, ବିଧାୟକ ରଜନୀକାନ୍ତ ସିଂ, ପୂର୍ବତନ ମନ୍ତ୍ରୀ ଶାରଦା ପ୍ରସାଦ ନାୟକ, ଜାପାନ ମାହାପାତ୍ର, ଜଗଦୀଶ ଯୋଶୀ, ଦିଲୀପ ସାହୁଙ୍କ ଉପସ୍ଥିତରେ ଗାଇସିଲେଟ ବ୍ଲକର ଗୌରହରି ଡନସନା, ଗୁରୁଦେବ ପାଣ୍ଡେ, ପ୍ରସନ୍ନ ସାହୁ, ମୋହନ ସାହୁ, କୃଷ୍ଣ ଚନ୍ଦ୍ର ପୁଟେଲ, ଅଶୋକ ସା, ବସୁଦେବ ସାହୁ, କୃଷ୍ଣ ଚନ୍ଦ୍ର ସାହୁ, ନାରାୟଣ ସାହୁ, ଗଦି ସୁନା, ଉଦୟନାଥ ସାହୁ, ଶେଷଦେବ ସାହୁ, ଗଦି ସାହୁ ପ୍ରମୁଖ ବିଜେଡିରେ ମିଶିଛନ୍ତି।